ବ୍ରାଉନ ସୁଗାର ଜବତ, ଦୁଇ ଗିରଫ - NILACHALA SAMACHAR
Article Image

ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

🗂 Crime | 🕒 26 May 2026, 06:33 IST


ପୁରୀ, ୨୬/୫ : ବାସେଳୀ ସାହି ଥାନା ପୋଲିସ ମାଟିତୋଟା ନିକଟରେ ଏକ କାରରୁ ୨୫୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨ ଜଣକୁ ଗିରଫ କରିଛି l ଅଭିଯୁକ୍ତ ମୁଖ୍ୟ ବେପାରୀ ଖୋର୍ଦ୍ଧା ର ଆଶିଷ ପଟ୍ଟନାୟକ ଓ ପିପିଲିର ଅବିନାଶ ସ୍ବାଇଁଙ୍କୁ ଗିରଫ କରାଯାଇଛି l ଅଭିଯୁକ୍ତଙ୍କ ନିକଟରୁ ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ଏଥିସହ ୩ ଟି ମୋବାଇଲ ଫୋନ୍ ,ଗୋଟିଏ କାର,୩୮୦୦ ଟଙ୍କା ଜବତ କରାଯାଇଛି l ଆଶିଷ ନାଁରେ ଖୋର୍ଦ୍ଧା ମଡେଲ ଥାନାରେ ୭ ଟି ମାମଲା ରହିଥିବାବେଳେ ଅବିନାଶ ନାଁରେ ପୁରୀ ଟାଉନ ଥାନାରେ ଗୋଟିଏ ମାମଲା ରହିଛି।ଏମାନଙ୍କ ସହ ଆଉ କେଉଁ ମାନେ ସଂପୃକ୍ତ ,ବ୍ରାଉନ ସୁଗାର୍ କେଉଁ ସ୍ଥାନରୁ ଆସିଥିଲା ଓ କେଉଁ ସ୍ଥାନକୁ ଯାଉଥିଲା ତାର ଅଧିକ ତଦନ୍ତ ଚାଲିଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଏସପି ପ୍ରତୀକ ସିଂହ।

💬 Leave a Comment

🗨️ Approved Comments

No comments yet.

🔗 Share this article: