🗂 Crime | 🕒 31 May 2026, 00:44 IST
ପୁରୀ ୩୧/୫ : ଆଜି ଦୁର୍ଦ୍ଦାନ୍ତ ଅପରାଧୀ ଅପରାଧୀ ଚନ୍ଦନ ଜେନାଙ୍କୁ ଏନକାଉଣ୍ଟର ହୋଇଛି। ବାସେଲିସାହି ପୋଲିସ ଥାନାକୁ ବିଶ୍ୱସ୍ତ ସୂଚନା ମିଳିଥିଲା ଯେ ଅପରାଧିକ କାର୍ଯ୍ୟକଳାପ ପାଇଁ କିଛି ବ୍ୟକ୍ତି ଶ୍ରୀସେତୁ ରୋଡ୍ ଅଞ୍ଚଳ ନିକଟରେ ଥିଲେ।ଏକ ଜାତୀୟ ରାଜପଥ ଡକାୟତି କରିବାକୁ ସେମାନେ ଯୋଜନା କରୁଥିଲେ। ସୂଚନା ପାଇ ତୁରନ୍ତ କବାସେଲିସାହି ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଥିଲେ।ଅପରେସନ ସମୟରେ ଓମକାରେଶ୍ୱର ମନ୍ଦିର ନିକଟରେ ସନ୍ଦେହଜନକ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ପୋଲିସ ଫୋର୍ସ କୁ ଦେଖି ସେମାନେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ। ଏହି ପ୍ରକ୍ରିୟାରେ, ଅଭିଯୁକ୍ତ ଚନ୍ଦନ ଓରଫ ବିଷ୍ଣୁ ପ୍ରସାଦ ଜେନାଙ୍କ ନିଜେ ଚଳାଉଥିବା ମୋଟରସାଇକେଲରୁ ଭାରସାମ୍ୟ ହରାଇ ଖସି ପଡ଼ିଥିଲା।ମୋଟରସାଇକେଲରୁ ପଡ଼ିଯିବା ପରେ ଅଭିଯୁକ୍ତ ପୋଲିସ ଦଳ ଉପରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା।ଏହି ବିନିମୟ ସମୟରେ ଅଭିଯୁକ୍ତ ଚନ୍ଦନର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା।ଆହତ ଅଭିଯୁକ୍ତକୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି।ଅଭିଯୁକ୍ତ ଜଣେ କୁଖ୍ୟାତ ଅପରାଧୀ ଯାହାଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ୩୦ ରୁ ଅଧିକ ଚନ୍ଦନ ଜେନା ହେଉଛନ୍ତି ଚନ୍ଦ୍ରଭାଗା ଥାନା ଅଧିନସ୍ଥ ସୂତନ ଗ୍ରାମ ପଞ୍ଚାୟତ ର ହଟୁଆଦଣ୍ଡା ଗ୍ରାମର ସୁବାଷ ଜେନାଙ୍କ ପୁଅ। ସେ ଆଗରୁ ଅନେକ ଅପରାଧିକ ମାମଲା ରେ ଜଡ଼ିତ ଥିବା ଜଣାପଡ଼ିଛି।ଯଦିଓ ଚନ୍ଦନ ଙ୍କ ଘର ଚନ୍ଦ୍ରଭାଗା ଥାନା ଅଧୀନରେ କିନ୍ତୁ ସେ ସବୁବେଳେ ଭୁବନେଶ୍ୱର ରେ ରହି ଅନେକ ଅପରାଧିକ ମାମଲା ରେ ଜଡ଼ିତ ଥିବା ବିଶେଷ ସୂତ୍ରରୁ ଜଣାପଡିଛି।
No comments yet.