ଦାଦାବଟି ଆଦାୟ ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ଦାଦାବଟି ଆଦାୟ ଅଭିଯୋଗ, ଜଣେ ଗିରଫ

🗂 Crime | 🕒 02 Jun 2026, 11:05 IST


ପୁରୀ, ୨/୬ : ହ୍ୟାପି ହୋମ ଛକ ଠାରେ ସ୍ଥାନୀୟ ଦୋକାନୀଙ୍କ ଠାରୁ ଦାଦାବଟି ଆଦାୟ ଅଭିଯୋଗରେ ସମୁଦ୍ରକୁଳ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଗୌଡ଼ବାଡ଼ ସାହିର ଜି ସହଦେଵ ବେହେରା ୨୨ l ଅଭିଯୁକ୍ତ ନିକଟରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଅଭିଯୁକ୍ତ ଆଜି ପୂର୍ବାହ୍ନରେ ସ୍ଥାନୀୟ ଦୋକାନୀଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ବେଳେ ପାଟ୍ରୋଲିଂ ପୁଲିସ ଜାଣିବାକୁ ପାଇଥିଲା l ପରେ ପୁଲିସ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l ଦାଦାବଟି ଆଦାୟ ଅଭିଯୋଗରେ ୧୭୨/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: