🗂 Crime | 🕒 02 Jun 2026, 15:35 IST
ପୁରୀ, ୨/୬ : ଶ୍ରୀସେତୁ ନିକଟରେ ବ୍ରାଉନ ସୁଗାର କାରବାର କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଚନ୍ଦନପୁର ଗଦାଧରପୁର ବାଙ୍ଗୁରବାର ଆକାଶ କୁମାର ତ୍ରିପାଠୀ ୩୩ l ଅଭିଯୁକ୍ତ ନିକଟରୁ ୫. ୮୨ ଗ୍ରାମ ବ୍ରାଉନ ସୁଗାର, ଏକ ମୋବାଇଲ ଓ ୧୨୦୦ ଟଙ୍କା ଜବତ କରିଛି ପୁଲିସ l ସୋମବାର ସକାଳେ ପୁଲିସ ପାଟ୍ରୋଲିଙ୍ଗ ବେଳେ ଅଭିଯୁକ୍ତ ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡ଼ିଥିଲା l ଅଭିଯୁକ୍ତ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ ୨୮୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି l
No comments yet.