ଲଜର ବିଷପାନ କରି ଜଣେ ମହିଳା ଓ ପୁରୁଷଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି - NILACHALA SAMACHAR
Article Image

ଲଜର ବିଷପାନ କରି ଜଣେ ମହିଳା ଓ ପୁରୁଷଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି

🗂 Local | 🕒 02 Jun 2026, 17:16 IST


ପୁରୀ, ୨/୬ : ଦୋଳମଣ୍ଡପ ସାହିସ୍ଥିତ ସାଇସ୍ମୃତି ଲଜ୍‌ରେ ଥିବା ଜଣେ ପୁରୁଷ ଓ ଜଣେ ମହିଳା ବିଷପାନ କରି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ l ଖବର ପାଇ ପିସିଆର ପୁଲିସ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ଅବସ୍ଥା ଶଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା l ଉଭୟଙ୍କ ପରିଚୟ ବାଲେଶ୍ୱର ଜିଲ୍ଲା ମାର୍କୋଣାର ସପନ କୁମାର ସାହୁ (୪୦) ଓ ଭଦ୍ରକ ବାସୁଦେବପୁରର ରାଜେଶ୍ୱରୀ ବେହେରା (୨୩) l ଉଭୟ ସ୍ୱାମୀ ସ୍ତ୍ରୀ କି ଅନ୍ୟ ସମ୍ପର୍କୀୟ ତାହା ସନ୍ଦେହ ରହିଛି l ଉଭୟ ଏବେ ଚିକିତ୍ସାଧୀନ ଅଛନ୍ତି l ଉଭୟ ଆସି ଲଜରେ ରହିଥିଲେ l କୌଣସି କାରଣ ନେଇ ଆଜି ସକାଳେ ବିଷପାନ କରିଥିଲେ l କଣ ପାଇଁ ବିଷପାନ କଲେ ତାହା ଜଣାପଡ଼ିନାହିଁ l

💬 Leave a Comment

🗨️ Approved Comments

No comments yet.

🔗 Share this article: