🗂 Crime | 🕒 02 Jun 2026, 17:22 IST
ପୁରୀ, ୨/୬ : କୁମ୍ଭାରପଡା ଥାନା ପୁଲିସ ବସଷ୍ଟାଣ୍ଡ ପରିସରରୁ ଏକ ଅଟୋ ସହ ବିପୁଳ ପରିମାଣର ନିଶା ଔଷଧ ଏସକଫ ସିରଫ ଜବତ କରିବା ସହ ଜଣକୁ ଗିରଫ କରିଛି l ଅଭିଯୁକ୍ତ ଜଣକ ବଳିଆପଣ୍ଡା ଦାମୋଦର ରୋଡ ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପଞ୍ଚୁକୁଳର ସୁଦାମ ମହାରଣା ୩୨ l ଅଭିଯୁକ୍ତ ନିକଟରୁ ଅଟୋ ସହ ୩୦୦ଟି ଏସକଫ ସିରଫ ବୋତଲ ଜବତ କରାଯାଇଛି l ବସଷ୍ଟାଣ୍ଡ ପରିସରରେ ଓଡି ୧୩ୟୁ ୪୩୨୫ ନମ୍ବର ବିଶିଷ୍ଟ ଅଟୋରେ ବେଆଇନ ଭାବେ ଏସକଫ ସିରଫ ବୋତଲ ଯାଉଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଉକ୍ତ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି କଫସିରଫ ଜବତ କରିଥିଲା l ଏହି କଫ ସିରଫ କାରବାର ନେଇ ଅନ୍ୟ କୌଣସି ବ୍ୟକ୍ତି ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଛି l ଯାହା ଜଣାପଡୁଛି l ଏହି ସବୁ ନିଶାଦ୍ରବ୍ୟ ଜିଲ୍ଲା ବାହାରୁ ବସଯୋଗେ ପାର୍ସଲରେ ଆସି ବସଷ୍ଟାଣ୍ଡରେ ପହଁଚୁଛି l ସେଠାରୁ ସହରକୁ ଯାଇ କାରବାର ହେଉଛି l
No comments yet.