ମରଣାନ୍ତକ ଆକ୍ରମଣ ଅଭିଯୋଗ, ଜଣେ ଗିରଫ - NILACHALA SAMACHAR
Article Image

ମରଣାନ୍ତକ ଆକ୍ରମଣ ଅଭିଯୋଗ, ଜଣେ ଗିରଫ

🗂 Crime | 🕒 09 Jun 2026, 15:56 IST


ପୁରୀ, ୯/୬ : ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଏହି ଥାନା ଅଧୀନ ଡିଏଭି ଲେନ ଲେଙ୍କାସାହି ୪ର୍ଥ ଲେନର ଦୀପକ ପାଇକରା ୪୫ l ଅଭିଯୁକ୍ତ ନିକଟରୁ ଏକ ବାଉଁଶ ବାଡ଼ି ଜବତ କରିଛି ପୁଲୁସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଉକ୍ତ ଡିଏଭି ଲେନ ଲେଙ୍କା ସାହି ୪ର୍ଥ ଲେନରେ ରହୁଥିବା ସୁଷମା ମିଶ୍ର ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ଗତ ୧୨ ବର୍ଷ ହେବ ସେ ତାଙ୍କ ପରିବାର ସହ ଭଡାଘରେ ରହିଆସୁଛନ୍ତି l ସେ ତାଙ୍କ ସ୍ୱାମୀ ଓ ଜ୍ୱାଇଁ ଘର ବାହାରେ ଥିବା ବେଳେ ଉକ୍ତ ସାହିରେ ଦୀପକ ପାଇକରା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା l ପରେ ଅଭିଯୁକ୍ତର ମା ଆକ୍ରମଣ ପାଇଁ ତାଙ୍କର ଦୁଇପୁତ୍ର ଦୀପକ ପାଇକରା ଓ ପପୁ ପାଇକରାକୁ ବାଉଁଶ ବାଡ଼ି ଓ ଅନ୍ୟାନ୍ୟ ଜିନିଷ ଦେଇ ଆକ୍ରମଣ ପାଇଁ କହିଥିଲେ l. ସେମାନଙ୍କ ଆକ୍ରମଣରେ ଅଭିଯୋଗକାରୀଙ୍କ ସ୍ୱାମୀ ଓ ଜ୍ୱାଇଁ ଆହତ ହୋଇଥିଲେ l ଘଟଣା ନେଇ ଥାନାରେ ଅଭିଯୋଗ ପରେ ୧୭୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଦୀପକ ପାଇକରା କୁ ଗିରଫ କରଯାଇ ଆଜି କୋର୍ଟ ଚାଳନା କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: