🗂 Crime | 🕒 13 Jun 2026, 00:12 IST
ପୁରୀ, ୧୩/୬ : ବସଷ୍ଟାଣ୍ଡ ଅଂଚଳରେ ଦାଦାବଟି ଆଦାୟ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଯୁବକର ପରିଚୟ ଏହି ଥାନା ଅଧୀନ ପୁଲିସ ଲାଇନ ଅଂଚଳରେ ରହୁଥିବା ପିଲା ରାଜା ଓରଫ ରାଜକିଶୋର ନାୟକ ୨୬ l ପିଲାରାଜା ନିକଟରୁ ଏକ ଛୁରୀ ଓ ୨୫୦ ଟଙ୍କା ଜବତ କରିଛି ପୁଲିସ l ଆଜି ପୂର୍ବାହ୍ନରେ ପିଲାରାଜା ବସଷ୍ଟାଣ୍ଡ ଅଂଚଳରେ ସ୍ଥାନୀୟ ଲୋକଙ୍କ ଠାରୁ ଦାଦାବଟି ଆଦାୟ କରୁଥିବା ନେଇ କୁମ୍ଭାରପଡା ଥାନା ପୁଲିସ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା l ଚଢ଼ାଉ ବେଳେ ଅଭିଯୁକ୍ତକୁ ଗିରଫ କରି ୩୦୩/୨୦୨୬ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିଲା l
No comments yet.