🗂 Crime | 🕒 13 Jun 2026, 00:17 IST
ପୁରୀ, ୧୩/୬ : ବଳିଆପଣ୍ଡା ବିର୍ଲା ଛକ ଠାରେ ଦାଦାବଟି ଆଦାୟ କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଦାମୋଦର ରୋଡ ଆଶ୍ରମ ଲେନର ଜଗା ଓରଫ ଜଗନ୍ନାଥ ଦାସ ୨୫ l ଅଭିଯୁକ୍ତ ନିକଟରୁ ଏକ ଛୁରୀ ଓ ୧୫୦ ଟଙ୍କା ଜବତ କରିଛି ପୁଲିସ l ଆଜି ସକାଳେ ଥାନା ଆଇଆଇସିଙ୍କ ନିର୍ଦେଶ କ୍ରମେ ଥାନା ଅଂଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଅଭିଯୁକ୍ତ ବିର୍ଲା ଛକଠାରେ ଅଟୋ ରିକ୍ସା ପାସେଞ୍ଜରଙ୍କ ନିକଟରୁ ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଉକ୍ତ ଖବର ଅନୁଯାୟୀ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l ପରେ ୧୫୫/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା l
No comments yet.