ଖଜା ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ କଲା ପୁଲିସ - NILACHALA SAMACHAR
Article Image

ଖଜା ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ କଲା ପୁଲିସ

🗂 Crime | 🕒 13 Jun 2026, 18:14 IST

ପୁରୀ ୧୩/୬ : ଖଜା ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିବା ଅଭିଯୁକ୍ତ ସୋହନକୁ ଗିରଫ। ଅଭିଯୁକ୍ତ ସୋହନଙ୍କୁ କୋର୍ଟଚାଲାଣ କରିଛି ଟାଉନଥାନା ପୁଲିସ । ସେ ହେଲା ଉକ୍ତ ଥାନା ଅଧୀନ ବଳଭଦ୍ରଲେନ୍‌ର ସୋହମ ରାୟ ଓରଫ ସୋହନ (୨୪) ।


ଆଇଆଇସି ଗୋକୁଳ ରଞ୍ଜନ ଦାଶଙ୍କ କହିବାନୁଯାୟୀ, ଗତ ମେ’ ୨୩ ତାରିଖରେ ପାପୁଡ଼ିଆ ମଠ ନିକଟରେ ବେପାରକୁ ନେଇ ଖଜା ବେପାରୀ ବଡ଼ଦାଣ୍ଡରେ ପିଟାପଟି ହୋଇଥିଲେ । ଯାହାକି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଉପରେ କୁପ୍ରଭାବ ପଡିଥିଲା । ପୁଲିସ ନିଜ ଆଡୁ ଏକ ମାମଲା କରି ପୂର୍ବରୁ ୩ଜଣଙ୍କୁ ଗିରଫ କରିଥିଲା ।




💬 Leave a Comment

🗨️ Approved Comments

No comments yet.

🔗 Share this article: