ଦାଦାବଟି ଆଦାୟ ଅଭିଯୋଗ, ଜଣେ ଗିରଫ
🗂 Crime | 🕒 14 Jun 2026, 00:24 IST
ପୁରୀ, ୧୪/୬ : ଶ୍ରୀସେତୁ ନିକଟ ପରିବା ମାର୍କେଟରେ ଦୋକାନୀଙ୍କ ଠାରୁ ଦାଦାବଟି ଆଦାୟ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ନରେନ୍ଦ୍ରକୋଣ ମଙ୍ଗଳାସାହିରେ ରହୁଥିବା ବିଜୁ ରଣା ୪୩ l ଅଭିଯୁକ୍ତ ନିକଟରୁ ଏକ ଛୁରୀ ଓ ୬୦୦ ଟଙ୍କା ଜବତ କରିଛି ପୁଲିସ l ଆଜି ଥାନା ଅଂଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଅଭିଯୁକ୍ତ ଦୋକାନୀଙ୍କ ଠାରୁ ଦାଦାବଟି ଦାଦାବଟି ଆଦାୟ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା l ଉକ୍ତ ଖବର ଅନୁଯାୟୀ ଘଟଣା ସ୍ଥଳରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା l ପରେ ୩୦୪/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିଲା l