🗂 Crime | 🕒 14 Jun 2026, 00:43 IST
ପୁରୀ, ୧୪/୬ : ସମୁଦ୍ରକୂଳରୁ ମୋବାଇଲ ଲୁଟ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣକ ଗୋପ ମଦରଙ୍ଗର ରାଜା ଦାସ ୨୫ l ଅଭିଯୁକ୍ତ ନିକଟରୁ ୧୧ଟି ମୋବାଇଲ ଜବତ କରାଯାଇଛି l ପୁଲିସ ସୂତ୍ରରୁ ସୂଚନା ମିଳିଛି ଯେ କଟକ ଜିଲ୍ଲା ଜଗତପୁର ଥାନା ସନ୍ୟାସୀପାଟଣାର ଜୟଦେବ ସାମଲ ୨୬ ଥାନାରେ ଅଭିଯୋଗ କରିଥିଲେ l ସେ ଅଭିଯୋଗ କରିଥିଲେ ଯେ ସେ ତାଙ୍କର ଅନ୍ୟବନ୍ଧୁ ଚିତ୍ତରଞ୍ଜନ ପ୍ରଧାନଙ୍କ ସହ ପୁରୀ ଆସିଥିଲେ l ସମୁଦ୍ରକୂଳରେ ଥିବା ବେଳେ ଅଭିଯୁକ୍ତ ଜୟଦେବଙ୍କ ମୋବାଇଲ ଲୁଟ କରି ଫେରାର ହେବାବେଳେ ସେମାନେ ଅଟକାଇ ଥିଲେ ହେଲେ ଅଭିଯୁକ୍ତକୁ ଧକ୍କା ମାରି ଖସି ଯିବାପାଇଁ ଉଦ୍ୟମ ବେଳେ ଧରାପଡ଼ିଥିଲା l ପରେ ସେମାନେ ପୁଲିସ ପିସିଆର କୁ ଡାକିଥିଲେ l ପୁଲିସ ଅଭିଯୁକ୍ତକୁ ନେଇ ସମୁଦ୍ରକୂଳ ଥାନାରେ ଜିମା ଦେଇଥିଲେ l ଅଭିଯୁକ୍ତ ଠାରି ୧୧ଟି ମୋବାଇଲ ଜବତ କରାଯାଇଥିଲା l ଜୟଦେବଙ୍କ ଅଭିଯୋଗ କ୍ରମେ ୧୮୭/୨୦୨୬ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.