ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ସମ୍ପନ୍ନ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଡ଼ିବ ରଥ - NILACHALA SAMACHAR
Article Image

ଶ୍ରୀକ୍ଷେତ୍ରରେ ପହଣ୍ଡି ବିଜେ ସମ୍ପନ୍ନ: ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଡ଼ିବ ରଥ

🗂 Art & Culture | 🕒 16 Jul 2026, 17:32 IST

ପୁରୀ ୧୬/୭ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପବିତ୍ର ନଗରୀ ପୁରୀରେ ଭବ୍ୟ ଆୟୋଜନ। ଶ୍ରୀମନ୍ଦିରରୁ ବଡଦାଣ୍ଡକୁ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଛି । ଝୁଲି ଝୁଲି ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି କଳା ଠାକୁର। ଧାଡ଼ି ପହଣ୍ଡିରେ ଭକ୍ତଙ୍କ ମେଳରେ ରତ୍ନବେଦୀରୁ ବାହାରି ଆସି ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି ତିନିଠାକୁର ଓ ସୁଦର୍ଶନ । ତାଳଧ୍ୱଜ ରଥରେ ବଡ଼ଠାକୁର ବଳଭଦ୍ର, ଦର୍ପଦଳନ ରଥରେ ଦେବୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ବିରାଜମାନ ହୋଇଛନ୍ତି । ଘଣ୍ଟ ଓ କାହାଳୀର ତାଳେ ତାଳେ ନିର୍ଦ୍ଧାରିତ ସମୟର ସାମାନ୍ୟ ପୂର୍ବରୁ ଆରମ୍ଭ ହୋଇଥିଲା ଏହି ପବିତ୍ର ପହଣ୍ଡି ନୀତି।



💬 Leave a Comment

🗨️ Approved Comments

No comments yet.

🔗 Share this article: