ରଥଯାତ୍ରାରେ ବଡ଼ ଅଘଟଣ; ମରିଚିକୋଟ ଛକ ନିକଟରେ ଦଳାଚକଟା, ଅଣନିଶ୍ବାସୀ ହୋଇ ଦୁଇ ମୃତ - NILACHALA SAMACHAR
Article Image

ରଥଯାତ୍ରାରେ ବଡ଼ ଅଘଟଣ; ମରିଚିକୋଟ ଛକ ନିକଟରେ ଦଳାଚକଟା, ଅଣନିଶ୍ବାସୀ ହୋଇ ଦୁଇ ମୃତ

🗂 Local | 🕒 16 Jul 2026, 17:53 IST

ପୁରୀ ୧୭/୭ : ବଡ଼ଦାଣ୍ଡରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ପ୍ରବଳ ଭିଡ଼ କାରଣରୁ ଦଳାଚକଟା ସ୍ଥିତି ଉପୁଜିଥିଲା । ଏଥିରେ ଦୁହେଁ ହଠାତ୍ ଅଚେତ ହୋଇପଡ଼ିଥିଲେ । ଦୁଇ ଜଣଙ୍କୁ ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଗୁରୁବାର ଅପରାହ୍ନ ପ୍ରାୟ ୨ଟା ବେଳେ ମରିଚିକୋଟ ଛକ ନିକଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରବଳ ଭିଡ଼ ଯୋଗୁଁ କିଛି ସମୟ ପାଇଁ ଏପରି ସ୍ଥିତି ଉପୁଜିଥିଲା ।


ତେବେ ରଥଯାତ୍ରାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଓ ଦଳାଚକଟାକୁ ନେଇ 150ରୁ ଅଧିକ ରୋଗୀ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏପଟେ ଡାକ୍ତରଙ୍କ ମୃତ ଘୋଷଣା ପରେ ଶ୍ରୀକ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି ।



💬 Leave a Comment

🗨️ Approved Comments

No comments yet.

🔗 Share this article: