କାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ହେବ ନାହିଁ - NILACHALA SAMACHAR
Article Image

କାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ହେବ ନାହିଁ

🗂 Art & Culture | 🕒 16 Jul 2026, 21:46 IST

ପୁରୀ ୧୬/୭ : କାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଆସନ୍ତାକାଲି ସକାଳ ସାଢେ ୯ ଟାରେ ପୁନର୍ବାର ରଥ ଟଣା ଯିବ । ପହଣ୍ଡି ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଥିଲା । ମହାପ୍ରଭୁ ଜଗନ୍ନାଥ ଗୁମୁଟ ପାଖରେ ପାଖାପାଖି ୪୫ ମିନିଟ୍ ଅଟକି ରହିଲେ । କଣ ପାଇଁ ଅଟକି ରହିଲେ ଏହା ମହାପ୍ରଭୁଙ୍କ ଇଚ୍ଛା ବୋଲି ଅରବିନ୍ଦ ପାଢୀ କହିଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: