🗂 Local | 🕒 18 Jul 2026, 01:04 IST
ପୁରୀ,୧୮/୭ : ପବିତ୍ର ରଥଯାତ୍ରା ଉପଲକ୍ଷେ ହିରେମୋଟୋକର୍ପ ଦ୍ବାରା ପରିଚାଳିତ ଭାରତର ଅଗ୍ରଣୀ ଇଭି ବ୍ରାଣ୍ଡ ଭିଡା ପକ୍ଷରୁ ପୁରୀ ବେଳାଭୁମିରେ ଦେଖୁବାକୁ ମିଳିଥିଲା ଏକ ବିଶାଳ ବାଲୁକାରେ ନିର୍ମିତ ରଥ ଏବଂ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ଶୁଭଦ୍ରାଙ୍କ ପ୍ରତିମୂର୍ତ୍ତି । ଏହି ବାଲୁକା ଶିଳ୍ପ ଓଡିଶାର କଳା ସଂସ୍କୃତିକୁ ଉପସ୍ଥାପନ କରୁଥିବା ବେଳେ ଭକ୍ତମାନଙ୍କ ଆକର୍ଶଣର କେନ୍ଦ୍ରବିନ୍ଦୁ ପାଲଟିଥିଲା, ଏହି ବାଲୁକା କଳାକୃତିରେ ଦେଖୁବାକୁ ମିଳିଥିଲା ଭିଡା ଭି.ଏକ୍ସ ୨ ଝଲକ ଏବଂ ରାତ୍ରୀ ସମୟରେ ଏହି ଶିଳ୍ପକୁ ଭିଡାର ପୋର୍ଟେବୁଲ୍ ବ୍ୟାଟେରୀ ସାହାଯ୍ୟରେ ଆଲୋକିତ କରାଯାଇଥିଲା l ଯାହା ଭିଡା ବ୍ୟାଟେରୀର ବ୍ୟାଟେରୀ ଲାଇଫ୍ ଏବଂ ଦକ୍ଷତାର ପରିଚୟ ଦେଉଥିଲା । ଓଡିଶାବାସି ସର୍ବଦା ଭିଡାକୁ ଭଲପାଇବା ଦେଇ ଆସିଛନ୍ତି, ସେଥିପାଇଁ ସେଥିପାଇଁ ଏହା ସର୍ବଦା ସ୍ଥାନିୟ ପରମ୍ପରା ଏବଂ ସଂସ୍କୃତି ସହିତ ଜଡିତ ହୋଇ ରହିଛି l VIDA ହେଉଛି Hero MotoCorpର ବୈଦ୍ୟୁତିକ ଗତିଶୀଳତା ବ୍ରାଣ୍ଡ। ଏହା Heroର ବିଶ୍ୱାସ ଉପରେ ନିର୍ମିତ ଉତ୍ପାଦ ଏବଂ ସମାଧାନ ସହିତ ଭାରତର ସ୍ୱଚ୍ଛ ଗତିଶୀଳତା ପ୍ରତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିବଦ୍ଧ।
No comments yet.