ଚନ୍ଦନପୁର ଥାନା ଅନ୍ତର୍ଗତ ପୁଟ ଗାଁରେ ହତ୍ୟାକାଣ୍ଡ। - NILACHALA SAMACHAR
Article Image

ଚନ୍ଦନପୁର ଥାନା ଅନ୍ତର୍ଗତ ପୁଟ ଗାଁରେ ହତ୍ୟାକାଣ୍ଡ।

🗂 Crime | 🕒 21 Jul 2026, 02:30 IST

ପୁରୀ ୨୧ /୭ : ଚନ୍ଦନପୁର ଥାନା ଅନ୍ତର୍ଗତ ପୁଟ ଗାଁରେ ହତ୍ୟାକାଣ୍ଡ।ମୃତକ ହେଉଛନ୍ତି ସନିଆ ଓରଫ ସନାତନ ପଳେଇ ।ଗତକାଲି ବିଳମ୍ୱିତ ରାତିରେ ତାଙ୍କ ବେକ କାଟି ହତ୍ୟା କରାଯାଇଛି।ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି।ଗତକାଲି ସନାତନ ନିଜ କୁଡ଼ିଆ ଘରେ ଶୋଇଥିବାବେଳେ ୨ ରୁ ୩ ଜଣ ଦୁର୍ବୁତ୍ତ ଅତର୍କିତ ଭାବେ ତାଙ୍କୁ ମାରଣାସ୍ତ୍ର ଯୋଗେ ଆକ୍ରମଣ କରିଥିଲେ ।ସନାତନ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା ।ଦୁର୍ବୁତ୍ତ ମାନେ ତାଙ୍କ ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲେ।ଘଟଣାସ୍ଥଳରେ ହିଁ ସନାତନ ଙ୍କ ମୃତ୍ୟୁ ଘଟିଥିବାବେଳେ ।ହତ୍ୟାକାଣ୍ଡ ପରେ ଆକ୍ରମଣକାରୀ ତାଙ୍କ ମୃତ ଦେହ ନିକଟସ୍ଥ ଏକ ଜୋରରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ।ଚନ୍ଦନପୁର ଥାନା ପୋଲିସର ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: