ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଆଜ୍ଞାମାଳ ବିଜେ ପରେ ଚାଲିଛି ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା - NILACHALA SAMACHAR
Article Image

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଆଜ୍ଞାମାଳ ବିଜେ ପରେ ଚାଲିଛି ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା

🗂 Art & Culture | 🕒 21 Jul 2026, 17:39 IST

ପୁରୀ ୨୧/୭ : ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି । ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ଚାଲିଛି । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାରରେ ଲାଗିବ ୩ ରଥ । ଏଥିପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା଼ ଯାତ୍ରାରେ ବାହାରିଥାନ୍ତି l ସକାଳଧୂପ ପରେ ରଥକୁ ଆଜ୍ଞାମାଳ ବିଜେ କରାଯିବ ଓ ଏହାପରେ ୩ ରଥକୁ ନାକଚଣା ଦ୍ୱାର ନିକଟକୁ ଟଣାଯିବ l ପ୍ରଥମେ ଦେବଦଳନ ରଥ ଓ ପରେ ପରେ ନନ୍ଦିଘୋଷ ଓ ଶେଷରେ ତଳଧ୍ଵଜ ରଥ ଟଣାଯିବ l

ଗତକାଲି ଅନୁଷ୍ଠିତ ହୋଇଯାଇଛି ହେରାପଞ୍ଚମୀ ନିତି । ବିଧିପରମ୍ପରା ପୂର୍ବକ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ସଂଧ୍ୟା ଆଳତୀ ପରେ ବିମାନ ଓ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।


💬 Leave a Comment

🗨️ Approved Comments

No comments yet.

🔗 Share this article: