ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି - NILACHALA SAMACHAR
Article Image

ଭୁବନେଶ୍ବର ପୁରୀ ଜାତୀୟ ରାଜପଥ ଜାମ, ମାଳତୀପାଟପୁରରେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି

🗂 Local | 🕒 25 Jul 2026, 14:43 IST

ପୁରୀ ୨୫/୭ : ସୁନାବେଶ ପାଇଁ ଛୁଟୁଛି ପୁରୀକୁ ଭକ୍ତଙ୍କ ସୁଅ । ଭକ୍ତଙ୍କ ଆଗମନ ପାଇଁ ପ୍ରବଳ ଭିଡ଼ । ରାସ୍ତାରେ ନାହିଁ ନଥିବା ଭିଡ । ଅସମ୍ଭାଳ ଟ୍ରାଫିକ ପାଇଁ ଦେଢ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । ପ୍ରବଳ ଟ୍ରାଫିକକୁ ଦୃଷ୍ଟିରେ ରଖି କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରଣ କରାଯାଉଛି । ପୋଲିସ କଣ୍ଟ୍ରୋଲ ରୁମରୁ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ପୋଲିସ ଡିଜି । କଣ୍ଟ୍ରୋଲ ରୁମରୁ ଟ୍ରାଫିକ ନେଇ ବିକଳ୍ପ ଆଲୋଚନା କରିଛନ୍ତି ଡିଜିପି । ଏନେଇ ସିନିୟର୍ ଅଫିସିଆଲଙ୍କ ସହ ଆଲୋଚନା ଚାଲିଛି । ଅସମ୍ଭାଳ ଟ୍ରାଫିକ ଦେଖି ଟ୍ରାଫିକ ଅପଡେଟ ଅନୁକରଣ ପାଇଁ ବିଭିନ LED ଜରିଆରେ ଅପଡେଟ ସହ ସୋସିଆଲ ମିଡିଆରେ ଅପଡେଟ କରାଯାଉଛି

💬 Leave a Comment

🗨️ Approved Comments

No comments yet.

🔗 Share this article: