ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟ ଙ୍କ ଆତ୍ମା। ଶୌର୍ଯ୍ୟ, ସ୍ବାଭିମାନ ଓ ଭାଇଚାରାର ପ୍ରତୀକ :ଓମ ପ୍ରକାଶ ମିଶ୍ର - NILACHALA SAMACHAR
Article Image

ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟ ଙ୍କ ଆତ୍ମା। ଶୌର୍ଯ୍ୟ, ସ୍ବାଭିମାନ ଓ ଭାଇଚାରାର ପ୍ରତୀକ :ଓମ ପ୍ରକାଶ ମିଶ୍ର

🗂 Local | 🕒 14 Aug 2026, 01:40 IST



ପୁରୀ ୧୪/୮ ତ୍ରିରଙ୍ଗା ପ୍ରତ୍ୟେକ ଭାରତୀୟ ଙ୍କ ଆତ୍ମା।ଏଥିରେ ଭରି ରହିଛି ଶୌର୍ଯ୍ୟ, ସ୍ବାଭିମାନ ଓ ଭାଇଚାରା।ଏହା ବିଭିନ୍ନତା ମଧ୍ୟରେ ଏକତା ଓ ସମନ୍ୱୟ ର ପରିଚୟ ଦେଇଛି ବୋଲି କହିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର।ଆଜି ପୂର୍ବାହ୍ନ ରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।୫ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ବ୍ୟକ୍ତି

ବିଶେଷ ଏଥିରେ ସାମିଲ ହୋଇ ଦେଶପ୍ରେମ ର ଆନନ୍ଦ ଓ ଆବେଗ ମଧ୍ୟରେ ବଗଲା ଧର୍ମଶାଳା ଠାରେ ପହଞ୍ଚିଥିଲେ।ଏହି ଉପଲକ୍ଷେ ଶରଧାବାଲି ଠାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ମିଶ୍ର ଆମେ ଦେଶକୁ ଯେପରି ଭଲ ପାଆନ୍ତି, ତ୍ରିରଙ୍ଗା ପାଇଁ ସେତିକି ଗର୍ବ ଅନୁଭବ କରନ୍ତି ବୋଲି କହିଥିଲେ।ସ୍ବାଧୀନତା ପାଇଁ ଆମ ପୂର୍ବ ସୂରୀ ମାନଙ୍କ ଅବଦାନ ଓ ସଂଘର୍ଷ ଚିର ସ୍ମରଣୀୟ।ଆଜିର ଯୁବ ପିଢ଼ି ଆମର ମହାନ ସ୍ବାଧୀନତା ସଂଗ୍ରାମ, ତ୍ୟାଗ, ବଳିଦାନ, ଆମ ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଅହିଂସା ସମ୍ପର୍କରେ ଅବଗତ ହେବା ସହ ସେମାନଙ୍କ ଶକ୍ତି ଓ ପ୍ରତିଭା କୁ ଦେଶ ସେବା ରେ ବିନିଯୋଗ ପାଇଁ ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତଙ୍କୁ ସ୍ବାଗତ କରିବା ସହ ହରଘର ତ୍ରିରଙ୍ଗା ଆମ ଗର୍ବ,ଗୌରବ ଓ ସ୍ବାଭିମାନ ର ପ୍ରତୀକ ବୋଲି କହିଥିଲେ।ଏସ ପି ପ୍ରତୀକ ସିଂ,ଏନସିସି ୬ ଷ୍ଠ ବାଟାଲିଆନର କଲୋନେଲ ଅଙ୍କୁର ଭଟ୍ଟନଗର, କଲୋନେଲ ଆର୍ଚେୟ ଥାପା ପ୍ରମୁଖ ଯୋଗ ଦେଇ ତ୍ରିରଙ୍ଗା ର ମହତ୍ତ୍ଵ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା,ଏନସିସି ୬ଷ୍ଠ ବାଟାଲିଆନର ଅଧିକାରୀ ବଲଦେବ ସିଂ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଅନ୍ୟାନ୍ୟ ଅଧିକାରୀ,ବରିଷ୍ଠ ନାଗରିକ, ବିଶିଷ୍ଠ ବ୍ୟକ୍ତି,ଛାତ୍ର ଛାତ୍ରୀ ଓ ଜନ ସାଧାରଣ ଯୋଗ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: