ନାବାଳକ ହତ୍ୟା ମାମଲା, ୧୮ ଗିରଫ - NILACHALA SAMACHAR
Article Image

ନାବାଳକ ହତ୍ୟା ମାମଲା, ୧୮ ଗିରଫ

🗂 Crime | 🕒 14 Aug 2026, 01:47 IST


ପୁରୀ, ୧୪/୮ : କୃଷ୍ଣପ୍ରସାଦ ବ୍ଲକ୍ ଚିଲିକାରେ ନାବାଳକ କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୧୮ ଜଣଙ୍କୁ ଗିରଫ କରାଯାଇଛି।ଏ ନେଇ ପୁରୀ ଏସପି ପ୍ରତୀକ ସିଂ ଏଁ ସାମ୍ବାଦିକ ସମ୍ମିଳନୀ ରେ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି ନେଇ ଗତ। ୧୧ ଅଗଷ୍ଟ ରେ ରିପୋର୍ଟ ହୋଇଥିଲା।‌ସେହି ଦିନ ସନ୍ଧ୍ୟାରେ ଚିଲିକା ଭିତରେ ମାଛ ଜାଣ ନିକଟରେ ୩ ଜଣ ଯୁବକ ଡ଼ଙ୍ଗା ରେ ବସିଥିଲେ। କିଛି ଅଜଣା ଲୋକ ସେଠାରେ ପହଞ୍ଚି ଥିଲେ। ମାଛ ଚୋରି କରି ନେବା ପାଇଁ ଉଦ୍ୟମ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା।ଏହି ଘଟଣା ପରେ ଉଗ୍ର ରୂପ ନେଇଥିଲା ।ଆକ୍ରମଣରେ ଦୁଇଜଣ ଆହତ ହୋଇଥିଲେ।‌ ପରେ ୧୫ ବର୍ଷୀୟ ନାବାଳକ ଓମ୍ ଶିକାରୀ ନିଖୋଜ ଥିଲା। ଚିଲିକାରୁ ପର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ବାଲୁଗାଁ ଚନ୍ଦ୍ରାପୁଟ ଅଞ୍ଚଳର ଲୋକ ଏଭଳି କାର୍ଯ୍ୟ କରିଥିଲେ। ସଦର ଏସଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ମୁଖ୍ୟ ଅଭିଯୁକ୍ତ ଗଣେଶ କୁ ଗତକାଲି ବାଲୁ ଗାଁରୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଗବେଶ ଦାସ କୁ ଧରିବାରେ ସକ୍ଷମ ହୋଇଥିଲା। ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଚିଲକାର ବିଭିନ୍ନ ତାପୁ6ରେ ଲୁଚିଥିବା ୧୮ ଅଭିଯୁକ୍ତ ଙ୍କୁ ଖୋର୍ଦ୍ଧା ଓ ବାଲୁଗାଁ ପୋଲିସ ସହାୟତାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସେମାନଙ୍କ ଠାରୁ ତିନୋଟି ବୋଟ୍ ଜବତ ହୋଇଛି। ହତ୍ୟାରେ ବ୍ୟବହୃତ କାଠ ଫାଳିଆ ମଧ୍ୟ ଜବତ ହୋଇଛି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିବ ପୋଲିସ। ଚିଲିକା ଅଞ୍ଚଳର ଯେଉଁ ମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଭିଯୁକ୍ତ ମାନେ ଲୋକଙ୍କୁ ଡରାଇ ଧମକାଇ ମାଛ ଚୁଙ୍ଗୁଡି ଚୋରି କରି ନେଉଥିଲେ।ଗିରଫ ସମସ୍ତ ଅଭିଯୁକ୍ତ ବାଲୁଗାଁ ଚନ୍ଦ୍ରାପୁଟ ଅଞ୍ଚଳର।ଏମାନେ ନିୟମିତ ଭାବେ ଚିଲିକା ଭିତରେ ଡରାଇ ଧମକାଇ ମାଛ ଜାଣ,ଚିଙ୍ଗୁଡ଼ି ଚୋରି କରିଥାନ୍ତି।ଗିରଫ ଅଭିଯୁକ୍ତ ହେଲେ ରୋହିତ୍ ଜାଲି,କିଷାନ୍ ଜାଲି,ବାବୁନି ଜାଲି, ରୁବେଶ୍ ଦାସ,ମିଥୁନ ଜାଲି ,ଭାରତ ଦାସ ,କାହ୍ନା ବେହେରା ,ସାଲିଆ ଜାଲି ,କାଳିଆ ଦାସ ,ଦାଶରଥି ବେହେରା,ଦାଶରଥି ଦାସ , କହ୍ନେଇ ଦାସ,ଅମୂଲ୍ୟ ଜାଲି ,ବିବେକ ବେହେରା,କାଳୁ ଜାଲି,ଗୋଲଖ ଜାଲି ଓ ଗୋବିନ୍ଦ କେଇ । ଏ ନେଇ କୃଷ୍ଣପ୍ରସାଦ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: