ପୁରୀ ରେଲୱେ ଷ୍ଟେସନ ନିକଟ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଏକ୍ସପ୍ରେସ । - NILACHALA SAMACHAR
Article Image

ପୁରୀ ରେଲୱେ ଷ୍ଟେସନ ନିକଟ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଏକ୍ସପ୍ରେସ ।

🗂 Local | 🕒 14 Aug 2026, 15:25 IST

ପୁରୀ ୧୪/୮ : ଷ୍ଟେସନ୍‌ଠାରୁ ମାତ୍ର ପ୍ରାୟ ୫୦୦ ମିଟର ଦୂରରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଟ୍ରେନ୍ ର ଇଞ୍ଜିନ ଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଷ୍ଟେସନ୍‌ ନିକଟରେ ଘଟିଥିଲା ଏହି ଅଘଟଣ। ହଠାତ୍‌ ଟ୍ରେନ୍‌ଟି ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି । 


ଅଘଟଣ ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଲାଇନଚ୍ୟୁତ ହୋଇଥିବା ଟ୍ରେନ୍‌କୁ ସ୍ୱାଭାବିକ ଭାବେ ଟ୍ରାକ୍‌ରେ ଆଣିବା ଏବଂ ରେଳ ଚଳାଚଳକୁ ସୁଗମ କରିବା ପାଇଁ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଟ୍ରେନ୍‌ଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା ତାହା କିଛି ସ୍ପଷ୍ଟ ହୋଇନି।

💬 Leave a Comment

🗨️ Approved Comments

No comments yet.

🔗 Share this article: