🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପାକିସ୍ଥାନ କୁ ଦେଶର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା - NILACHALA SAMACHAR
Article Image

ପାକିସ୍ଥାନ କୁ ଦେଶର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା

🗂 Crime | 🕒 19 May 2025, 03:46 IST

ପୁରୀରେ ପାକିସ୍ଥାନ କୁ ଦେଶର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ତାଙ୍କର‌ ପାଞ୍ଚଜଣ ସାଥି। ହରିୟଣାରେ ପୋଲିସ ତାଙ୍କୁ ଏବଂ ତାଙ୍କର ପାଞ୍ଚଜଣ ସାଥିଙ୍କୁ ଗିରଫ କରିଛି। ତେବେ ଚର୍ଚ୍ଚାର ବିଷୟ ହେଉଛି ଗତ ୨୦୨୪ ନଭେମ୍ବର ମାସରେ ଜ୍ୟୋତି ମାଲହୋତ୍ରା ପୁରୀ ଭ୍ରମଣ କରିବାକୁ ଆସିଥିଲେ।‌ ଜଗନ୍ନାଥ ମନ୍ଦିର ଦର୍ଶନ ସହିତ ପୁରୀ ସମୁଦ୍ର କୂଳରେ ବୁଲାବୁଲି ଏବଂ ସହରର ବିଭିନ୍ନ ଅଞ୍ଚଳରେ ବୁଲାବୁଲି ମଧ୍ୟ କରୁଥିବାର ଦୃଶ୍ୟ ନିଜ ୟୁଟ୍ୟୁବରେ ଅପଲୋଡ଼ କରିଛନ୍ତି। ଏଥିସହିତ ସେ ମଧ୍ୟ ପୁରୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲୁଥିବାର ଭିଡିଓ ଅପଲୋଡ଼ ହୋଇଛି।‌ ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ପୁରୀ ସହର ବିଷୟରେ କିଛି ଗୁପ୍ତ ତଥ୍ୟ ଦେଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜ୍ୟୋତି ମାଲହୋତ୍ରା ୨୦୨୩ ମସିହାରେ ପାକିସ୍ତାନ ଯାଇଥିବା ବେଳେ ସେଠାରେ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ସହ ସମ୍ପର୍କରେ ଆସିଥିଲେ। ସେଠାରେ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କୁ ସେ ଦେଶର ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏଣୁ ହରିୟଣା ରେ ପୋଲିସ ତାଙ୍କୁ ଗିରଫ କରିଛି। 

💬 Leave a Comment

🗨️ Approved Comments

No comments yet.

🔗 Share this article: