🗂 Crime | 🕒 22 May 2025, 19:21 IST
ପୁରୀ ବଳିଆପଣ୍ଡା ବିଜୟନଗର ଗଜଲକ୍ଷ୍ମୀଲେନରେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା ଫେରାର ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ବଳିଆପଣ୍ଡା ବିଜୟନଗର ଗଜଲକ୍ଷ୍ମୀଲେନର ବେଙ୍ଗ ଓରଫ ରାକେଶ କୁମାର ସାହୁ24 l ବେଙ୍ଗ ନିକଟରୁଗୋଟିଏ ଖଣ୍ଡା ଜବତ କରାଯାଇଛି l ଏହି ମାମଲାରେ ପୂର୍ବରୁ ବଳିଆପଣ୍ଡା ବିଜୟନଗର ଗଜଲକ୍ଷ୍ମୀଲେନର ବିଜୟ ଲକ୍ଷ୍ମୀ ସାହୁ 40 ତାଙ୍କ ପୁତ୍ର ରାଜା ଓରଫ ସନ୍ତୋଷ କୁମାର ସାହୁ ଏବଂ ରୂପ ଓରଫ ବିଶ୍ୱଜିତ ସାହୁ 19କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଙ୍ଗ ଫେରାର ଥିଲା l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ 16ତାରିଖ ଅପରାହ୍ନରେ ଗଜଲକ୍ଷ୍ମୀଲେନର ଭାଗ୍ୟଶ୍ରୀ ମହାନ୍ତି ନାମ୍ନୀ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ ଗତ 15ତାରିଖ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଦୀପ୍ତିରଞ୍ଜନ ମହାନ୍ତିଙ୍କ ସହ ଲୋକନ୍ନାଥ ମନ୍ଦିରରୁ ଘରକୁ ଫେରୁଥିବା ବେଳେ ବିଜୟ ଲକ୍ଷ୍ମୀ ସାହୁ ତାଙ୍କର ତିନିପୁତ୍ର ରାଜା, ବେଙ୍ଗ ଏବଂ ରୂପ ସମସ୍ତେ ମିଶି ହଠାତ ଅଟକାଇ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ l ପରେ ଦୀପ୍ତିରଞ୍ଜନ ତାଙ୍କ ସହ ଚନ୍ଦନ ସ୍ୱାଇଁ ଓ କାହ୍ନା ସ୍ୱାଇଁ ଘର ନିକଟରୁ କାର ଯୋଗେ କୌଣସି କାମରେ ଯାଉଥିବା ବେଳେ ବେଙ୍ଗ ଓରଫ ରାକେଶ କୁମାର ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଦୀପ୍ତିରଞ୍ଜନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା l ଏଥିରେ ଦୀପ୍ତିରଞ୍ଜନ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ l ଦୀପ୍ତିରଞ୍ଜନଙ୍କ ପତ୍ନୀ ଭାଗ୍ୟଶ୍ରୀ ମହାନ୍ତି ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ 72/2025 ନମ୍ବର ମାମଲା ରୁଜୁ କରାଯାଇ ତଦନ୍ତ ପରେ ବିଜୟ ଲକ୍ଷ୍ମୀ ସାହୁ ତାଙ୍କ ପୁତ୍ର ରାଜା ଓରଫ ସନ୍ତୋଷ କୁମାର ସାହୁ ଏବଂ ରୂପ ଓରଫ ବିଶ୍ୱଜିତ ସାହୁକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ବେଙ୍ଗ ଫେରାର ଥିଲା l ବେଙ୍ଗକୁ ଗିରଫ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.