🗂 Crime | 🕒 28 May 2025, 11:18 IST
ପୁରୀ ରେଳଷ୍ଟେସନ ପରିସରରେ ଟ୍ରେନରୁ ମୋବାଇଲ ଚୋରି ଅଭିଯୋଗରେ ଜିଆରପି ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଘୋଡାବଜାର ଷ୍ଟେସନରୋଡର ଚନ୍ଦନ ନାୟକ 24 l ଅଭିଯୁକ୍ତ ନିକଟରୁ 5ଟି ମୋବାଇଲ ଜବତ କରାଯାଇଛି l ଜିଆରପି ପକ୍ଷରୁ ଜଣାଯାଇଛି ଯେ ପଶ୍ଚିମବଙ୍ଗର ମମତା ସାନ ମଣ୍ଡଳ ନାମ୍ନୀ ଜଣେ 65ବର୍ଷୀୟା ମହିଳା ତାଙ୍କର ପରିବାର ସହ ଗତ 22.4.2025 ରିଖରେ ସାଲିମାର ପୁରୀ ଏକ୍ସପ୍ରେସ ଟ୍ରେନ ଯୋଗେ ପୁରୀରେ ପହଂଚିଥିଲେ l ଟ୍ରେନ ରେଳଷ୍ଟେସନରେ ପହଂଚିବା ପରେ ଅଭିଯୁକ୍ତ ତାଙ୍କର ମୋବାଇଲ ଚୋରି କରିଥିଲା l ମମତା ସାନ ମଣ୍ଡଳ ଜିଆରପିରେ ଜଣାଇଥିଲେ l ପରେ ତଦନ୍ତ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇ ମୋବାଇଲ ଜବତ କରାଯାଇଥିଲା l ଆଜି ଅପରାହ୍ନ 5ଟାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l
No comments yet.