🗂 Crime | 🕒 28 May 2025, 11:23 IST
ପୁରୀ ବଳିଆପଣ୍ଡା ନାଲପଡିଆ ନିକଟରେ ଦାଦାବଟି ମାଗି ଆକ୍ରମଣ କରି ଟଙ୍କା ଛଡାଇ ନେବା ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ବଳିଆପଣ୍ଡା ବସ୍ତି ସିଂହ ଲେନର ରାଜା ଓରଫ ଅମର ପ୍ରଧାନ 27 l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତକାଲି ବିଳମ୍ବିତ ରାତ୍ରରେ ବଳିଆପଣ୍ଡା ଧୋବାଖାଲର ଭଗବାନ ସାହୁ 23 ଥାନାରେ ଅଭିଯୋଗ କରିଥିଲେ ଯେ ସେ ସମୁଦ୍ରକୂଳରୁ ବେପାର ସାରି ତାଙ୍କ ଘୋଡା ସହ ଘରକୁ ଫେରୁଥିଲେ l ଗତକାଲି ରାତ୍ର ପ୍ରାୟ ସାଢେ 10ଟା ସମୟରେ ଅଭିଯୁକ୍ତ ରାଜା ତାଙ୍କୁ ଅଟକାଇ ଦାଦାବଟି ମାଗିଥିଲା l ଏନେଇ ସେ ପ୍ରତିବାଦ କରିବାରୁ ଧାରୁଆ ଛୁରୀ ସହାୟତାରେ ରାଜା ଭଗବାନଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି 5ଶହ ଟଙ୍କା ଛଡାଇ ନେଇଥିଲା l ଭଗବାନ ମେଡିକାଲ ରେ ଚିକିତ୍ସା ହୋଇଥିଲେ l ପରେ ସେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ 87/2025ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.