🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌     🔴 Breaking news : ପୁରୀବାସୀଙ୍କ ପାଇଁ ଖୁସି ଖବର, ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ୍ ସିଗ୍‌ନାଲ୍‌    
ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ - NILACHALA SAMACHAR
Article Image

ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ

🗂 Crime | 🕒 29 May 2025, 11:33 IST


ପୁରୀ ସଦର ସମଙ୍ଗରା ଗ୍ରାମରେ ବିଭତ୍ସ କାଣ୍ଡ।ପୁଅର ଫାଉଡ଼ା ଚୋଟ ରେ ମାଆ ମୃତ।ମୃତକ ହେଉଛନ୍ତି ସମଂଗରା ମଶାଣି ଉପର ନିକଟର କନକ ପ୍ରଧାନ(୫୫)।ଘଟଣା ରେ ପେଣ୍ଠକଟା ମେରାଇନ ଥାନା ପୋଲିସ ଅଭିଯୁକ୍ତ ପୁଅ ପିଙ୍କୁ ପ୍ରଧାନ (୩୦)କୁ ଗିରଫ କରିଛି।ସୂଚନା ଅନୁଯାୟୀ ଆଜି ସକାଳେ ପିଂକୁ ନିଶା ଖାଇବା ପାଇଁ ମାଆ କନକ କୁ ପଇସା ମାଗିଥିଲା।ତେବେ କନକ ଏଥିପାଇଁ ପଇସା ଦେବନାହିଁ ବୋଲି ସିଧା ସିଧା ପିଙ୍କୁଙ୍କୁ ମନା କରିଦେଇଥିଲେ।ଏଥିରେ ଉତ୍ତକ୍ଷିପ୍ତ ହୋଇ ନିକଟରେ ଥିବା ଏକ ଫାଉଡ଼ା ରେ କନକ ଙ୍କ ମୁଣ୍ଡକୁ ଦୁଇ ତିନି ଚୋଟ ହାଣି ଦେଇଥିଲା।କନକ ପାଟିକରି ବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସିଵାରୁ ପୀଙ୍କୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା କରିଥିଲା।ଫାଉଡ଼ା ଚୋଟ ରେ ଘଟଣାସ୍ଥଳରେ ହିଁ କନକ ମୃତ୍ୟୁ ବରଣ କରିଥିଲେ।ତେବେ ପରେ ଗ୍ରାମବାସୀ ମାନେ ପିଂକୁ କୁ କାବୁ କରି ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳ କୁ ଆସି ପିଙ୍କୁକୁ ଗିରଫ କରିବା ସହ ମୃତଦେହ କୁ ବ୍ୟବଛେଦ ପାଇଁ ପଠାଇଥିଲେ। ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଆରମ୍ଭ କରିଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: