🗂 Crime | 🕒 02 Jun 2025, 01:14 IST
ପୁରୀ ଟ୍ରେନରେ ଅପରାଧ ଘଟାଇବା ଯୋଜନା କରୁଥିବା 4ଜଣ ଅସାମାଜିକ ଯୁବକ ଜିଆରପି ଦ୍ୱାରା ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଡେଲାଙ୍ଗ ଥାନା ଅଂଚଳର ଦିଲ୍ଲୀପ ଜେନା 35, ଖୋର୍ଦ୍ଧା ଗୁରୁଜଙ୍ଗର ପ୍ରଫୁଲ୍ଲ ଓରଫ ବାବୁଲା ବାରିକ 35, ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତଜଗନ୍ନାଥ ପୁରର ପପୁନ ଓରଫ ସଞ୍ଜୟ ସେଠୀ 22 ଓବ୍ରହ୍ମପୁର ବିଲସାହିର ମନୋଜ ବେହେରା 20 l ଅଭିଯୁକ୍ତଙ୍କ ନିକଟରୁ 20ଟି ଦାମୀ ମୋବାଇଲ, ୨ଟି ଛୁରୀ, ଲଙ୍କାଗୁଣ୍ଡ ପ୍ୟାକେଟ, 4ଟି କଳା ରଙ୍ଗର ମାକ୍ସ, 4ଟି ଟ୍ରେନ ଟିକେଟ, ସିଗାରେଟ, ଆସ୍କା୍ଫର୍ଟି ବୋତଲ ଓ ରେଳ ଷ୍ଟେସନ ମ୍ୟାପ ଜବତ କରା lଯାଇଛି l ଏନେଇ ଆଜି ଜିଆରପି ଆଇଆସି ସନ୍ତୋଷ ବାହିନୀପତି ସୂଚନା ଦେଇ କହିଛନ୍ତି ଯେ ଆଗକୁ ବିଶ୍ଵପ୍ରସିଦ୍ଧ ରଥଯାତ୍ରା l ଏନେଇ ରେଳ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସମୟରେ ଯାଞ୍ଚ କଡାକଡି କରାଯାଇଛି l ଗତକାଲି ରାତ୍ରରେ ରେଳ ଷ୍ଟେସନ ପରିସର ଓ ରେଳ ଲାଇନ ଆଦି ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ନେଇ ଯାଞ୍ଚ କରାଯାଇଥିଲା l ଏହି ସମୟରେ 4ଜଣ ଅସାମାଜିକ ଯୁବକଙ୍କୁ କାବୁ କରାଯାଇଥିଲା l ଏହି ଯୁବକମାନେ ଟ୍ରେରେ ଯାତ୍ରୀଙ୍କ ଠାରୁ ମୋବାଇଲ ଲୁଟ କରୁଥିଲେ ଓ ଆଗକୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ନେଇ ସେମାନଙ୍କ ଯୋଜନା ରହିଥିଲା l ଅଭିଯୁକ୍ତ ଙ୍କ ନିକଟରୁ ବିଭିନ୍ନ ଚୋରି ଜିନିଷ ଜବତ କରାଯାଇଥିଲା l ଅଭିଯୁକ୍ତ ଙ୍କ ବିରୁଦ୍ଧରେ 47/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.