🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ସହ ମୁଣ୍ଡନ ହେଲେ ଅଭିନେତା ବାବୁସାନ ମହାନ୍ତି । - NILACHALA SAMACHAR
Article Image

ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ସହ ମୁଣ୍ଡନ ହେଲେ ଅଭିନେତା ବାବୁସାନ ମହାନ୍ତି ।

🗂 Local | 🕒 02 Jun 2025, 02:29 IST

ପୁରୀ ଆସି ମହୋଦଧିରେ ଅସ୍ଥି ବିସର୍ଜନ ସହିତ ପିଣ୍ଡଦାନ କଲେ ବାବୁସାନ୍। ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ଆଜି ବାବୁସାନ୍ ପୁରୀ ଆସି ସ୍ବର୍ଗଦ୍ବାର ନିକଟରେ ଥିବା ସାଗର ବିଜେ ଘାଟରେ ନିଜ ବାପାଙ୍କର ଥିବା ଅଧୁରା କର୍ମକୁ ପୁରା କରିଛନ୍ତି। ସ୍ବର୍ଗତ ଉତ୍ତମ ମହାନ୍ତିଙ୍କର ଅସ୍ଥି ବିସର୍ଜନ ପୁରୀ ମହୋଦଧିରେ କରିଛନ୍ତି ବାବୁସାନ୍। ନିଜ ପରିବାର ଲୋକଙ୍କ ସହ ଉପସ୍ଥିତ ରହି ପବିତ୍ର ମହୋଦଧିରେ ନିଜ ପିତାଙ୍କର ଅସ୍ଥି ବିସର୍ଜନ କରିଥିଲେ। ସାଗର ବିଜେ ଘାଟରେ ବାବୁସାନ୍ ଓ ତାଙ୍କ ପତ୍ନୀ ତୃପ୍ତି ପ୍ରଥମେ ଅସ୍ଥି ବିସର୍ଜନ କର୍ମ କରିଥିଲେ। ଏହା ପରେ ପିଣ୍ଡଦାନ କରିବା ପରେ ପରମ୍ପରା ଅନୁଯାୟୀ ମହୋଦଧିରେ ବୁଡ଼ ପକାଇଥିଲେ। ତେବେ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ଅଧୁରା ଥିବା କର୍ମକୁ ପୁରା କରିଥିବାରୁ ଆଜି ମନ ହାଲୁକା ହୋଇଛି। ଆତ୍ମାକୁ ଶାନ୍ତି ମଧ୍ୟ ମିଳିଛି ବୋଲି ବାବୁଶାନ୍ କହିଛନ୍ତି। ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ଏକ ବର୍ଷ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଯାଇ ହେବ ନାହିଁ। ଏଣୁ ମହୋଦଧି ତଟରୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ବୋଲି ବାବୁସାନ୍ କହିଛନ୍ତି। ସେହିପରି ବାପାଙ୍କର ମୃତ୍ୟୁ ପରେ ବାବୁସାନ୍ ମୁଣ୍ଡନ କରିନଥିବାରୁ ତା'କୁ ନେଇ ମଧ୍ୟ ବିବାଦ ଦେଖାଯାଇଥିଲା। ସେହି ସମୟରେ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ବାବୁସାନଙ୍କ ମାମୁଁ ରବି ମିଶ୍ର। ଆସନ୍ତା ରଜରେ ବାବୁସାନ୍ ଙ୍କ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏଣୁ ଚଳଚ୍ଚିତ୍ର ପ୍ରଯୋଜକ ଙ୍କ ସହ ଚୁକ୍ତି ହୋଇଥିବାରୁ ଚଳଚ୍ଚିତ୍ର ସୁଟିଂ ଶେଷ ନହେବା ପର୍ଯ୍ୟନ୍ତ ବାବୁସାନ୍ ମୁଣ୍ଡନ କରିପାରିବେ ନାହିଁ ବୋଲି ରବି ମିଶ୍ର କହିଥିଲେ। ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ବାବୁଶାନ୍ ତ୍ରିବେଣୀ ସଙ୍ଗମ ଯାଇ ତିଥି ନକ୍ଷତ୍ର ସ୍ଥିର କରି ସେଠାରେ ବାପା ଉତ୍ତମ ମହାନ୍ତିଙ୍କ ଶ୍ରାଦ୍ଧ ଦେବା ସହ ମୁଣ୍ଡନ ହେବେ। ପ୍ରଥମେ ରାଜଧର୍ମ ପାଳନ, ପରେ ପିତୃଧର୍ମ ପାଳନ ପାଇଁ ସ୍ବର୍ଗତ ଉତ୍ତମ ମହାନ୍ତି ସବୁବେଳେ ପୁଅ ବାବୁଶାନ୍ ଙ୍କୁ କହି ଆସିଛନ୍ତି। ଏଣୁ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପରେ ତ୍ରିବେଣୀ ସଙ୍ଗମରେ ବାବୁଶାନ୍ ବାପାଙ୍କ ଉଦ୍ଦେଶ୍ୟରେ ମୁଣ୍ଡନ ହେବା ସହ ଶ୍ରାଦ୍ଧ କର୍ମ କରିବେ ବୋଲି ବାବୁଶାନ୍ ଙ୍କ ମାମୁଁ କହିଥିବା ବେଳେ ଆଜି ପୁରୀ ଆସି ବାପାଙ୍କ ଅସ୍ଥି ବିସର୍ଜନ ସହିତ ଅଧୁରା କର୍ମ ପୁରଣ କରିଛନ୍ତି ବାବୁସାନ୍।


ବାଇଟ୧- ବାବୁସାନ୍

💬 Leave a Comment

🗨️ Approved Comments

No comments yet.

🔗 Share this article: