🗂 Crime | 🕒 03 Jun 2025, 17:56 IST
ପୁରୀ ନରେନ୍ଦ୍ରକୋଣ ପାର୍କିଙ୍ଗ ଆଉଟଗେଟ ନିକଟରେ ଦାଦାବଟି ଆଦାୟ ଅଭିଯୋଗରେ ଟାଉନ ଥାନା ଦ୍ୱାରା ୨ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ଗୌଡ଼ବାଡ଼ ସାହିର ଦିବାକର ପଣ୍ଡା 36 ଓ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଂଚଳର ହୀନ ବାରିକ 27 l ଅଭିଯୁକ୍ତଙ୍କ ନିକଟରୁ ଏକ ଆଇରନ ରଡ଼ ଓ 250ଟଙ୍କା ଜବତ କରାଯାଇଛି l ଅଭିଯୁକ୍ତ ଦ୍ବୟ ଆଜି ପୂର୍ବାହ୍ନରେ ଗାଡି ଡ୍ରାଇଭର ଓ ଯାତ୍ରୀଙ୍କ ନିକଟରୁ ଦାଦାବଟି ବା ଅନାଦେୟ ଅର୍ଥ ଆଦାୟ କରୁଥିବା ନେଇ ଟାଉନ ଥାନା ପୁଲିସ ଜାଣିବାକୁ ପାଇଥିଲା l ଥାନାର ସ୍ୱତନ୍ତ୍ର ପୁଲିସ ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ଅଭିଯୁକ୍ତ ଦ୍ବୟକୁ ଗିରଫ କରିଥିଲେ l ପରେ ଅଭିଯୁକ୍ତ ଦ୍ବୟଙ୍କ ବିରୁଦ୍ଧରେ 220/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
No comments yet.