🗂 Crime | 🕒 13 Jun 2025, 00:50 IST
ପୁରୀ ଗୁଡ଼ିଆସାହିରେ ଘଟିଥିବା ବରିଷ୍ଠ ସେବାୟତ ହତ୍ୟାକାଣ୍ଡ ମାମଲାରେ ଟାଉନ ଥାନା ଦ୍ୱାରା ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ ହୋଇଛି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇଦିଆଯାଇଛି l ଅଭିଯୁକ୍ତ ଜଣକ ଗୁଡ଼ିଆସାହିର ନାରଣ ଓରଫ ନାରାୟଣ ପଟ୍ଟଯୋଶୀ 57 l ହତ୍ୟାକାଣ୍ଡରେ ମୁର୍ତ୍ୟୁ ବରଣ କରିଥିବା ସେବାୟତ ହେଲେ ହରଚଣ୍ଡୀ ସାହି ମହାସୁଆର ସାହିର ଜଗି ଓରଫ ଜଗନ୍ନାଥ ଦୀକ୍ଷିତ 80 l ଗତ ବୁଧବାର ଜଗନ୍ନାଥ ଗୁଡ଼ିଆ ସାହି ନାରାୟଣଙ୍କ ଘରକୁ ଯାଇଥିଲେ l ନାରାୟଣ ଜଗନ୍ନାଥଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ଘରୁ ଭିଡିଆଣି ଘର ବାହାରକୁ ଫିଙ୍ଗିଦେଇଥିଲେ l ଯାହାକି ନିକଟସ୍ଥ ସିସି ଟିଭିରେ ଦୃଶ୍ୟ କଏଦ ହୋଇଥିଲା l ଟାଉନଥାନା ପୁଲିସ ଜଗନ୍ନାଥଙ୍କୁ ମୃତ ଅବସ୍ଥାରେ ଜବତ କରି ମେଡିକାଲ ପଠାଇଥିଲେ l ଜଗନ୍ନାଥଙ୍କ ପରିବାର ପକ୍ଷରୁ ଭୀମସେନ ଦୀକ୍ଷିତ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ l ଟାଉନଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ନାରାୟଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l
No comments yet.