🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଆଜି ପବିତ୍ର ନବଯୌବନ ଦର୍ଶନ । - NILACHALA SAMACHAR
Article Image

ଆଜି ପବିତ୍ର ନବଯୌବନ ଦର୍ଶନ ।

🗂 Art & Culture | 🕒 26 Jun 2025, 17:36 IST

ପୁରୀ ଆଜି ପବିତ୍ର ନବଯୌବନ ଦର୍ଶନ । ଭକ୍ତ ଓ ଭଗବାନଙ୍କର ମିଳନ ଘଟିଛି। ଅଣସର ପରେ ଶ୍ରୀମୁଖ ଦର୍ଶନ କରିଚନ୍ତି ଭକ୍ତ।

 ପରିମାଣିକ ଟିକେଟ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଦେଖାଦେଇଥିଲା ଅସୀମ ଆନନ୍ଦ ଓ ଉତ୍ସାହ। ୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାବାହୁ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଚି ।


 ଶ୍ରୀମନ୍ଦିରରେ ଆଜି ସକାଳେ ଚକା ଅପସର, ମଙ୍ଗଳ ଆଳତୀ ସରି ଅବକାଶ ପୂଜା, ଜୟବିଜୟ ଦ୍ୱାର, ମଇଲମ ନୀତି ପରେ ତାଟି ଫିଟିଥିଲା। ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ। ଏହାପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ପରିମାଣିକ ଟିକେଟ ଦର୍ଶନ ସରିବା ପରେ ବ୍ୟାରିକେଡ଼ରେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ଦଫା ଦଫାରେ ଛଡାଯାଇଥିଲା। ସାହାଣ ମେଲା ବା ସର୍ବସାଧାରଣ ଦର୍ଶନରେ ଭକ୍ତ ମହାପ୍ରଭୁଙ୍କୁ ଅତି ନିକଟରୁ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିଥିଲେ। ନବଯୌବନ ବେଶରେ ଚକା ଚକା ଆଖିକୁ ଦେଖି ଭକ୍ତ ହୋଇପଡ଼ିଥିଲେ ଭାବବିହ୍ୱଳ। ସମଗ୍ର ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ଓ ଜଗନ୍ନାଥ ମୟ ପରିବେଶ। ଆସନ୍ତାକାଲି ମହାପ୍ରଭୁ ଙ୍କ ରଥଯାତ୍ରା । ଏଥି ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ।


ଭକ୍ତ ମାନଙ୍କ ପାଇଁ  ସେଡ୍, ପାନୀୟ ଜଳ ବ୍ୟବସ୍ଥା ହୋଇଚି। ଭକ୍ତମାନ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ।  ସର୍ବସାଧାରଣ ଦର୍ଶନ ସରିବା ପରେ ଧୁଆଧୋଇ ହୋଇ ଚୂନ ପଡ଼ିବା ପରେ ଦଇତାପତି ସର୍ବାଙ୍ଗ, ନେତ୍ରୋତ୍ସବ ବନ୍ଦାପନା ନୀତି ଅନୁଷ୍ଠିତ ହେବ।


ଭକ୍ତଙ୍କ ଗହଣରେ ଆସନ୍ତା କାଲି ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ନବଯୌବନ ଦର୍ଶନ ପାଇଁ ସିଂହଦ୍ଵାରରେ ବ୍ୟାରିକେଡ଼ ମାଧ୍ୟମରେ ପ୍ରବେଶର ବ୍ୟବସ୍ଥା ହୋଇଥିବା ବେଳେ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଚି।

💬 Leave a Comment

🗨️ Approved Comments

No comments yet.

🔗 Share this article: