🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଜନ୍ମବେଦିରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ଦର୍ଶନ ଓ ଅବଢ଼ା, ବନକଲାଗି ପାଇଁ ରାତି ୯ଟାରୁ ୨ଟା ଦର୍ଶନ ମନା - NILACHALA SAMACHAR
Article Image

ଜନ୍ମବେଦିରେ ଚତୁର୍ଦ୍ଧାମୂର୍ତ୍ତି: ଆଜିଠୁ ଆଡ଼ପ ଦର୍ଶନ ଓ ଅବଢ଼ା, ବନକଲାଗି ପାଇଁ ରାତି ୯ଟାରୁ ୨ଟା ଦର୍ଶନ ମନା

🗂 Art & Culture | 🕒 30 Jun 2025, 16:24 IST

ପୁରୀ ମହାବେଦିରେ ବିଜେ ମହାବାହୁ । ବର୍ଷକ ବ୍ୟବଧାନରେ ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦିକୁ ବାହୁଡ଼ିଛନ୍ତି । ରବିବାର ରାତିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ସେବକମାନେ ଗୋଟି ପହଣ୍ଡିରେ ନେଇ ଆଡ଼ପ ମଣ୍ଡପରେ ବିଜେ କରାଇଛନ୍ତି । ଏଣୁ ଗୁଣ୍ଡିଚା ଘରେ ପୁଣି ଭିଡ଼ ଆରମ୍ଭ ହୋଇଯାଇଛି । ସୋମବାର ଠାରୁ ଭକ୍ତ ପାଇବେ ଠାକୁରଙ୍କ ଆଡ଼ପ ଦର୍ଶନ ଓ ଆଡ଼ପ ଅବଢ଼ା । ଏହି ସୌଭାଗ୍ୟ ଲଭିବାକୁ ଉତ୍କଣ୍ଠାର ସହ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରିଥାନ୍ତି । ତେବେ ଠାକୁରଙ୍କ ବନକଲାଗି ତଥା ଶ୍ରୀମୁଖ ସିଂହାର ପାଇଁ ସୋମବାର ରାତିରେ ୫ ଘଣ୍ଟା ଠାକୁରଙ୍କ ଦର୍ଶନ ବନ୍ଦ ରହିବ । ମଧ୍ୟାହ୍ନ ଧୂପ ପରେ ପଛ ଭୋଗ ମଣ୍ଡପ ଶେଷ ହୋଇ ବନକଲାଗି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ବନକଲାଗି କରିବେ । ଏଥିପାଇଁ ସୋମବାର ରାତି ୯ଟାରୁ ୨ଟା ପର୍ଯ୍ୟନ୍ତ

ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 


💬 Leave a Comment

🗨️ Approved Comments

No comments yet.

🔗 Share this article: