🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ରଥଯାତ୍ରା ର ସମୀକ୍ଷା କଲେ ଉଚ୍ଚ ଶିକ୍ଷା କମିଶନର ଓ ଜିଲ୍ଲାପାଳ - NILACHALA SAMACHAR
Article Image

ରଥଯାତ୍ରା ର ସମୀକ୍ଷା କଲେ ଉଚ୍ଚ ଶିକ୍ଷା କମିଶନର ଓ ଜିଲ୍ଲାପାଳ

🗂 Local | 🕒 01 Jul 2025, 00:05 IST


ପୁରୀ ରଥଯାତ୍ରା ଆରମ୍ଭ ହେବା ସହ ଶ୍ରୀଜୀଉ ମାନେ ଆଡପ ମଣ୍ଡପ କୁ ବିଜେ କରି ସାରିଛନ୍ତି।ବର୍ତ୍ତମାନ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ବ୍ୟବସ୍ଥା କୁ ଶୃଙ୍ଖଳିତ ଭାବେ ପରିଚାଳନା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି ଆହ୍ବାନ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଏବଂ ରଥଯାତ୍ରା,ଆଡପ ମଣ୍ଡପ ଦର୍ଶନ ଓ ବାହୁଡା ଯାତ୍ରା ସମୀକ୍ଷା ର ସ୍ବତନ୍ତ୍ର ଅଧିକାରୀ ଅରବିନ୍ଦ ଅଗ୍ରୱାଲ ଓ ଜିଲ୍ଲାପାଳ ଚଞ୍ଚଳ ରାଣା।ଆଜି ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚଞ୍ଚଳ ରାଣା ରଥଯାତ୍ରା ର ସମସ୍ତ କାର୍ଯ୍ୟ କୁ ତ୍ବରାନ୍ବିତ ପାଇଁ ସମସ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। କମିଶନର ଶ୍ରୀ ଅଗ୍ରୱାଲ ରଥଯାତ୍ରା ଏକ ସାମୁହିକ ଓ ସମ୍ମିଳିତ ଉଦ୍ୟମ ର କାର୍ଯ୍ୟକ୍ରମ।ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସୁଛନ୍ତି।ସେମାନେ ଯେମିତି ସୁନ୍ଦର ଦର୍ଶନ ସହ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।ବର୍ତ୍ତମାନ ଆଡପ ମଣ୍ଡପ ଦର୍ଶନ ଚାଲୁଥିବାରୁ ପାନୀୟ ଜଳ ଯୋଗାଣ କୁ ଅଧିକ କ୍ରିୟାଶୀଳ ପାଇଁ ଉଭୟ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।ବିଶେଷ କରି ବ୍ୟାରିକେଡରେ ଦର୍ଶନ ପାଇଁ ଅପେକ୍ଷା ରେ ରହୁଥିବା ଶ୍ରଦ୍ଧାଳୁ ମାନଙ୍କୁ ପାନୀୟ ଜଳ, ଓଆରଏସ ଇତ୍ୟାଦି ବଣ୍ଟନ ସହ ସେମାନଙ୍କ କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ପରିମଳ ଓ ସ୍ଫଛତା ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ପାର୍କିଂ ସ୍ଥଳର ଉନ୍ନତି କରଣ ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ ରଖି ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ନିତୀ କାନ୍ତିର ସୂଚନା ପ୍ରଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ,ଆବଶ୍ୟକତା ଅନୁସାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱେଛାସେବୀ ନିୟୋଜନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ପରସ୍ପର ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବା ସହ ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଥିଲା।ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ୱାଗତ ସହ କାର୍ଯ୍ୟ ସୂଚୀ ଅନୁସାରେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ପିକେଡିଏ ସମ୍ପାଦକ ଦିଲ୍ଲୀପ କୁମାର ମହାରଣା,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ରଥଯାତ୍ରା ଅବସରରେ ସେମାନଙ୍କ ବିଭାଗର କାର୍ଯ୍ୟାବଳୀ, ଆବଶ୍ୟକତା ଓ ଆଗାମୀ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।

💬 Leave a Comment

🗨️ Approved Comments

No comments yet.

🔗 Share this article: