🗂 Crime | 🕒 03 Jul 2025, 00:54 IST
ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରା ନିକଟରେ ମୋବାଇଲ ଲୁଟ ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ୨ ମହିଳା ଲୁଟେରା ସହ 7ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ମାନେ ହେଲେ କୁମ୍ଭାରପଡା ଯାଇଗଡ଼ ଜାଗା ନିକଟର ଚନ୍ଦନ କୁମାର ସାହୁ 29, କୁମ୍ଭାରପଡ଼ାର କୁନା ଦାସ 19, ବଡ଼ଶଙ୍ଖ ନିକଟରେ ରହୁଥିବା ଖଲିକୋଟର ମିଥୁନ ଘୋଷ 27, ନିମାପଡା ଥାନା ଅଂଚଳର ମାନସ କୁମାର ମହାନ୍ତି 42, ଜଟଣୀ ଥାନା ଅଂଚଳର ବିଶ୍ୱମ୍ବର ଦାସ 23, ପଶ୍ଚିମବଙ୍ଗର ସତବଜି ବେଜ 19, ହେନା ବେଜ 20 l ଅଭିଯୁକ୍ତଙ୍କ ନିକଟରୁ 8ଟି ମୋବାଇଲ ଜବତ କରାଯାଇଛି l ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l
No comments yet.