🗂 Local | 🕒 20 Jul 2025, 17:37 IST
ଶନିବାର ଉଠା ଦୋକାନୀଙ୍କୁ ଉଠାଇବା ପାଇଁ ପୁରୀ ପୌରପାଳିକା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ଅବମାନନା କରିଥିଲେ ଉଠା ଦୋକାନୀ । ହାଇକୋର୍ଟରୁ ନିର୍ଦ୍ଦେଶ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ସେ ବ୍ୟବସାୟ କରୁଥିବା କହିଥିଲେ ମଧ୍ୟ ଏହାକୁ ଅଧିକାରୀ ମାନେ କର୍ଣ୍ଣପାତ କରିନଥିଲେ । ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ସିଟି ଡିଏସପି, ସିଂହଦ୍ଵାର ଓ ଟାଉନ ଥାନା ଅଧିକାରୀ, ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ ଉଠା ଦୋକାନୀ ନିଜ ଜିଦ୍ ରେ ଅଟଳ ଥିବାରୁ ପୌରପାଳିକା ପକ୍ଷରୁ ରବିବାର ସୁଦ୍ଧା
ଦୋକାନ ଉଠାଇବାକୁ ନୋଟିସ ଦିଆଯାଇଛି । ନଚେତ୍ ପୌରପାଳିକା ପକ୍ଷରୁ ଜୋର ଜବରଦସ୍ତ ଉଠା ଦୋକାନକୁ ଉଛେଦ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି
No comments yet.