🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
କାର୍ଯ୍ୟାଳୟରେ ଭିତରେ ଆକ୍ରମଣ ମାମଲାର ରାୟ ପ୍ରକାଶ, ଦୋଷୀଙ୍କୁ 6ବର୍ଷ କାରାଦଣ୍ଡା ଦେଶ - NILACHALA SAMACHAR
Article Image

କାର୍ଯ୍ୟାଳୟରେ ଭିତରେ ଆକ୍ରମଣ ମାମଲାର ରାୟ ପ୍ରକାଶ, ଦୋଷୀଙ୍କୁ 6ବର୍ଷ କାରାଦଣ୍ଡା ଦେଶ

🗂 Crime | 🕒 22 Jul 2025, 18:58 IST

ପୁରୀର ଏକ ଘରୋଇ ଚ୍ୟାନେଲ ପ୍ରତିଧ୍ଵନିର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ବିଶ୍ୱଜିତ୍ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ରାୟ ପ୍ରକାଶ ପାଇଛି।ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ମିଶ୍ର ଦୁଇ ଯୁବକଙ୍କୁ ୬ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜୋରିମାନା କରିଛନ୍ତି ।୨୦୦୯ ମସିହା ମେ ମାସ ୧୧ ତାରିଖରେ ଏହି ଘଟଣା ଘଟିଥିଲା। ଶିବୁନା ଦାସ ଓ ତାଙ୍କ ପୁଅ ବିଜୟ କୁମାର ବେହେରା ତାଙ୍କୁ ଆକ୍ରମଣ କରିଥିବା ସାମ୍ବାଦିକ ବିଶ୍ୱଜିତ୍ ମିଶ୍ର ଟାଉନ ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ମିଶ୍ର ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।୩୨୪ ଦଫାରେ ୩ ବର୍ଷ କାରାଦଣ୍ଡ ସହ ୨୫ ହଜାର ଜୋରିମାନା,୪୫୨ ଦଫାରେ ୩ ବର୍ଷ କାରାଦଣ୍ଡ ସହ ୨୫ ହଜାର ଜୋରିମାନା ହୋଇଛି ।




💬 Leave a Comment

🗨️ Approved Comments

No comments yet.

🔗 Share this article: