🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଧାର ପଂଜିକରଣ - NILACHALA SAMACHAR
Article Image

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଧାର ପଂଜିକରଣ

🗂 Local | 🕒 07 Aug 2025, 02:36 IST



ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ଅଜନ୍ତା ଷଡଙ୍ଗୀଙ୍କ ନିର୍ଦେଶ ଅନୁଯାୟୀ ଆଜି ନିଳାଚଳ ସେବା ପ୍ରତିଷ୍ଠାନ, କଣାସ ଏବଂ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମିଳନୀ କକ୍ଷରେ ନିସହାୟ ଶିଶୁ ମାନଙ୍କ ପାଇଁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହେବା ସହ ପିଲାମାନଙ୍କ ପାଇଁ ଏକ ଆଧାର ପଂଜୀକରଣ, ଶିବିର ଅନୁଷ୍ଠିତ ହୋଇଯାଇଅଛି ଇ ଜିଲ୍ଲା ଆଇନ ସେବା ପ୍ରାକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ଆଧାର ପଂଜୀକରଣ ପାଇଁ ଅନ ଲାଇନ ମାଧ୍ୟମରେ ଆବେଦନ କରାଯାଇଥିଲା । ନିଶହାୟ ଶିଶୁ ମାନଙ୍କ ଚିଂହଟ କରିବା ପାଇଁ ଏକ ସର୍ଭେ ଅଭିଯାନ ଜିଲ୍ଲା ଆଇନ ସେବା ପ୍ରାକରଣ ଦ୍ଵାରା ଗତ ୨୬.୫.୨୦୨୫ ରୁ ୨୬.୬.୨୦୨୫ ରିଖ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଚିଂହଟ ହୋଇଥିବା ଶିଶୁ ମାନଙ୍କର ଆଧାର ପଂଜୀକରଣ ପାଇଁ ଆବଶ୍ୟକ ଥ‌ିବା ଡକ୍ୟୁମେଣ୍ଟ ଜିଲ୍ଲା ଆଇନ ସେବା ପ୍ରାକରଣ ପକ୍ଷରୁ ପ୍ରସ୍ତୁତ କରାଯାଇ ଆଧାରକାର୍ଡ଼ ପଂଜୀକରଣ ପାଇଁ ବିହିତ ପଦକ୍ଷେପ ନିଆଯାଇଅଛି ।

💬 Leave a Comment

🗨️ Approved Comments

No comments yet.

🔗 Share this article: