🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ଚାଲେଞ୍ଜ। - NILACHALA SAMACHAR
Article Image

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ଚାଲେଞ୍ଜ।

🗂 Local | 🕒 16 Aug 2025, 13:43 IST


ପୁରୀ ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ଚାଲେଞ୍ଜ।  ଶ୍ରୀମନ୍ଦିର ଉପରକୁ ଚଢିବା ପାଇଁ ଜଣେ ବ୍ୟକ୍ତି ଉଦ୍ୟମ କରୁଥିବା ବେଳେ ଜେଟିପି ଓ ସେବାୟତ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ। ଅଟକ ଥିବା ବ୍ୟକ୍ତି ଜଣକ ରାଞ୍ଚି ଅଞ୍ଚଳର ପଞ୍ଚମ ମାହୋତ ବୋଲି ଜଣାପଡିଛି।‌ ତେବେ ବେହରଣ ଦ୍ଵାର ପଟରୁ ପ୍ରାୟ ୫ ଫୁଟ୍ ଉପରକୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ ହାତରେ ଧରାପଡିଥିଲେ। ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ। ପୂର୍ବରୁ ମଧ୍ୟ ଗଞ୍ଜାମ ର ଜଣେ ବ୍ୟକ୍ତି ମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ି ସୁରକ୍ଷା କୁ ଚ୍ୟାଲେଞ୍ଜ ଦେଇଥିଲେ। ବାରମ୍ବାର ଶ୍ରୀମନ୍ଦିରରେ ଏଭଳି ଘଟଣା ଘଟୁଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

💬 Leave a Comment

🗨️ Approved Comments

No comments yet.

🔗 Share this article: