🗂 Crime | 🕒 21 Aug 2025, 20:50 IST
ପୁରୀ, ବୀରପ୍ରତାପ ପୁର ବାଇପାସ ଠାରେ ଦାଦାବଟି ମାଗି ଆକ୍ରମଣ କରିବା ଅଭିଯୋଗରେ ଚନ୍ଦନପୁର ଥାନା ପୁଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ଗଙ୍ଗନାରାୟଣପୁର ଆପିଲାର ଦିଲୁ ଓରଫ ଦିଲ୍ଲୀପ କୁମାର ସାହୁ ୩୧ ଓ ଚନ୍ଦନପୁର ଗୋବିନ୍ଦପୁରର ଗୁଡୁ ଓରଫ ସମୀର କୁମାର ମଲ୍ଲିକ 23 l ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଭୁଜାଲି, ଗୋଟିଏ ଖଣ୍ଡା ଓ ଓଡି ୧୩ୱାଇ ୪୦୦୧ ନମ୍ବର ବିଶିଷ୍ଟ କାର ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ବୁଧବାର ଦିନ ବାସେଳୀସାହି ଥାନା ଅନ୍ତର୍ଗତ ମଙ୍ଗଳାଘାଟ ତୋଟାସାହିର ପ୍ରଦୀପ ନାୟକ ୩୮ ଥାନାରେ ଅଭିଯୋଗ କରିଥିଲେ ଯେ ବିରାପ୍ରତାପପୁର ବାଇପାସ ରାସ୍ତା କଡରେ ଗାଡିମୋଟର ସର୍ଭିସିଙ୍ଗ ସେଣ୍ଟର କରିଛନ୍ତି l ଅଭିଯୁକ୍ତ ଦିଲୁ ଏକ କାର ନେଇ ଉକ୍ତ ସର୍ଭିସିଙ୍ଗ ସେଣ୍ଟରକୁ କାର ସର୍ଭିସିଙ୍ଗ କରିବା ପାଇଁ ଆସିଥିଲା l କାର ସର୍ଭିସିଙ୍ଗ ପାଇଁ ଟଙ୍କା ନଦେଇ ମୁଁ ସ୍ଥାନୀୟ ବାସିନ୍ଦା ମୋତେ ଦାଦାବଟି ପାଇଁ ଟଙ୍କା ଦେବାକୁ ପଡିବ ବୋଲି ଧମକାଇ ଥିଲା l ପରେ ଦିଲୁ ତାଙ୍କର ଅନ୍ୟ ଦୁଇଜଣ ଗୁଡୁ ଓ କାହ୍ନାକୁ ନେଇ ପୁଣିଥରେ କାର ସର୍ଭିସିଙ୍ଗ ପାଇଁ ଆସିଥିଲା l ସେଠାରେ ଦାଦାବଟି ଦେବାପାଇଁ ଦାବି କରିଥିଲା l ସର୍ଭିସିଙ୍ଗ ସେଣ୍ଟରରେ ଦାଦାବଟି ଦେବାପାଇଁ ଅରାଜି ହେବାରୁ ସମସ୍ତେ ସେଣ୍ଟରର ମ୍ୟାନେଜର ମାନସ ଓରଫ ସତ୍ୟନାରାୟଣ ହାତୀକୁ ଖଣ୍ଡା ଭୁଜାଲି ଦେଖାଇ ଆକ୍ରମଣ କରିଥିଲେ l ଏନେଇ ପ୍ରଦୀପ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ଥାନାରେ ୧୮୧/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଥିଲା l
No comments yet.