🗂 Crime | 🕒 08 Sep 2025, 17:23 IST
ପୁରୀ ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ପୋଖରୀ ଭିତରକୁ ଡିଆଁ ମାରିଲା ଚୋର। ଆଜି ଏଭଳି ଏକ ଚର୍ଚ୍ଚିତ ଘଟଣା ସହରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପୁରୀ ଅଠରନଳା ଦେଇ ଜଣେ ବ୍ୟକ୍ତି ଯାଉଥିବା ବେଳେ ଜଣେ ଚୋର ଉକ୍ତ ବ୍ୟକ୍ତି ଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲା। ଏନେଇ ସଦର ଥାନାକୁ ଖବର ଦିଆଯିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା। ତେବେ ଅଠରନଳା ନିକଟରେ ଲୁଚି ରହିଥିବା ଚୋର ପୋଲିସକୁ ଦେଖି ଭୟଭୀତ ହୋଇ ଦଉଡ଼ି ବା ଆରମ୍ଭ କରିଥିଲା। ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅଲମାଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀକୁ ଡିଆଁ ମାରିଥିଲା। ପୋଲିସ କର୍ମଚାରୀ ମାନେ ବହୁ ବୁଝାସୁଝା କରିବା ପରେ ଚୋର ପୋଖରୀ ଭିତରୁ ଆସିଥିଲା। ଅଭିଯୁକ୍ତ ଜଣକ ଖଣ୍ଡିଆବନ୍ଧ ଅଞ୍ଚଳର ବୋଲି ଜଣାପଡିଛି। ଘଟଣାକୁ ନେଇ ସଦର ଥାନା ପୋଲିସ ଛାନଭିନ କରୁଥିବା ବେଳେ ଚୋରର ଏହି କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି।
No comments yet.