🗂 Local | 🕒 15 Sep 2025, 00:04 IST
ପୁରୀ ଡାକ୍ତରାଣୀ ଙ୍କୁ ଦିଦି ଡାକିଦେଲେ ବୋଲି ବିଗିଡି ଗଲେ ମ୍ୟାଡାମ ।ରୋଗୀକୁ ନାନାଦି ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିଛି ମେଡିକାଲ ରେ ।ଏମିତି ଏକ ଘଟଣା ଘଟିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ । ବ୍ରହ୍ମଗିରି ଅଞ୍ଚଳର ଜଣେ ମହିଳା ତାଙ୍କ ଭଉଣୀ ଘର ବାସେଳି ସାହି ବୁଲିବାକୁ ଆସିଥିବା ବେଳେ ତାଙ୍କର ବ୍ଲଡ଼ ପ୍ରେସର୍ ବଢ଼ି ଯିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ରବିବାର ସମୟ ପ୍ରାୟ ରାତ୍ରି ୯ ଟା ରେ ସେ ମେଡ଼ିକାଲର ଆଉଟ୍ ଡୋର ରେ ବସିଥିବା ମହିଳା ଡାକ୍ତର ଙ୍କ ନିକଟରେ ଚିକିତ୍ସା ହେବାକୁ ଯାଇଥିଲେ ।ସେଠାରେ ଅନେକ ରୋଗୀ ଚିକିତ୍ସା ନିମନ୍ତେ ଠିଆ ହୋଇଥିବା ବେଳେ ଜନୈକ ମହିଳାଙ୍କ ଶରୀର ଅତ୍ୟନ୍ତ ଖରାପ ଲାଗିବାରୁ ସେ ଡ଼ାକ୍ତରାଣୀ ମ୍ୟାଡମ୍ ଙ୍କୁ ଦିଦି ଟିକେ ଶୀଘ୍ର ଦେଖି ଦିଅନ୍ତୁ ମୋ ଦେହ ଜମା ଭଲ ଲାଗୁନି ବୋଲି କହିଥିଲେ ।ଏହି ଘଟଣାରେ ଉକ୍ତ ମହିଳା ଡାକ୍ତର ଉତ୍କ୍ଷିପ୍ତ ହୋଇ ଉଠିଥିଲେ ଏବଂ ମତେ ଦିଦି ବୋଲି କାହିଁକି ଡାକିଲ , ମୁଁ ଜଣେ ଡାକ୍ତର ବୋଲି କଣ ଜାଣି ପାରୁନ ବୋଲି କହିବା ସହ ସାଙ୍ଗରେ ବସିଥିବା ଜଣେ ପୁରୁଷ ଡାକ୍ତର ମହିଳାଙ୍କୁ ନାନାଦି ଦୁର୍ବ୍ୟବହାର କରିଥିଲେ ବୋଲି ଉକ୍ତ ମହିଳା ରୋଗୀ ଜଣକ କହିଛନ୍ତି ।ଏହି ଘଟଣାକୁ ନେଇ ମହିଳା ଜଣକ କୁମ୍ଭାରପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ କୁମ୍ଭାରପଡ଼ା ଥାନା ଅଧିକାରୀ ଉକ୍ତ ପୁରୁଷ ଏବଂ ମହିଳା ଡାକ୍ତର ଙ୍କୁ ଥାନାକୁ ଡ଼ାକି ସମସ୍ତ ସମସ୍ୟା ସମାଧାନ କରିବା ସହ ମହିଳା ରୋଗୀଙ୍କୁ ଡାକ୍ତର ଭୁଲ ମାଗିଥିବା ରୋଗୀ ଜଣକ କହିଛନ୍ତି ।ତେବେ ରୋଗୀ ମାନଙ୍କ ଉପରେ ଏଭଳି ଉତ୍ୟକ୍ତ ହେବା ଠିକ୍ ନୁହେଁ ବୋଲି ସାଧାରଣରେ ଆଲୋଚନା ହେଉଛି ।
No comments yet.