🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ମୋବାଇଲ ଦୋକାନରୁ ମୋବାଇଲ ଚୋରି, ଜଣେ ଗିରଫ - NILACHALA SAMACHAR
Article Image

ମୋବାଇଲ ଦୋକାନରୁ ମୋବାଇଲ ଚୋରି, ଜଣେ ଗିରଫ

🗂 Crime | 🕒 24 Sep 2025, 14:35 IST


ପୁରୀ, ମୋବାଇଲ ଦୋକାନରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତର ପରିଚୟ ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାର ସୋହନ ସରୋଜ ୧୯ l ଅଭିଯୁକ୍ତ ନିକଟରୁ ଏକ ମୋବାଇଲ ଫୋନ ଜବତ କରିଛି ପୁଲିସ l ପ୍ରକାଶ ଯେ ମାର୍କେଟ ଛକ ନିକଟରେ ମୋବାଇଲ ଦୋକାନ କରିଥିବା ସନ୍ଦୀପ ଅଗ୍ରୱାଲ ଥାନାରେ ଅଭିଯୋଗ କରିଥିଲେ ଲ ସେ ଅଭିଯୋଗ କରିଥିଲେ ଯେ ଗତ ସୋମବାର ଅପରାହ୍ନରେ ଅଭିଯୁକ୍ତ ମୋବାଇଲ କିଣିବା ପାଇଁ ଦୋକାନକୁ ଆସିଥିଲା ଲ ବିଭିନ୍ନ ମୋବାଇଲ ଦେଖିବା ପରେ ଏକ ମୋବାଇଲ ଧରି ଫେରାର ହୋଇଥିଲା ଲ. ପରେ ସେ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତକୁ ଚିହ୍ନିଥିଲେ l ଅଭିଯୁକ୍ତକୁ ବହୁ ଖୋଜା ଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇ ମୋବାଇଲ ଜବତ କରାଯାଇଥିଲା l ୪୭୯/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ମଙ୍ଗଳବାର ଅଭିଯୁକ୍ତଳୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: