🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ବାଟମଙ୍ଗଳା ଜେନାସାହି ନିକଟସ୍ଥ ଟ୍ରେନ ଲାଇନରୁ ଜବତ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ଜିଆରପି ଦ୍ୱାରା ୨ ଗିରଫ - NILACHALA SAMACHAR
Article Image

ବାଟମଙ୍ଗଳା ଜେନାସାହି ନିକଟସ୍ଥ ଟ୍ରେନ ଲାଇନରୁ ଜବତ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ଜିଆରପି ଦ୍ୱାରା ୨ ଗିରଫ

🗂 Crime | 🕒 01 Oct 2025, 00:58 IST


ପୁରୀ, ଗତ ୨୪ ତାରିଖରେ ବାଟ ମଙ୍ଗଳା ଜେନାସାହି ନିକଟସ୍ଥ ରେଳ ଲାଇନରେ ଛାତ୍ରୀଙ୍କ ମୃତ ଦେହ ମିଳିବା ଘଟଣାରେ ଜିଆରପି ଦୁଇଜଣକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଦ୍ବୟ ହେଲେ ସରୋଜ ଜେନା ଓ ମୋହିତ କୁମାର ପାଣି l ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖ ସକାଳେ ଜେନାସାହି ନିକଟସ୍ଥ ରେଳ ଲାଇନ ଉପରୁ ଜଣେ କଲେଜ ଛାତ୍ରୀଙ୍କ ମୃତ ଦେହ ଜିଆରପି ଜବତ କରିଥିଲା l ଉକ୍ତ ଛାତ୍ରୀଙ୍କ ପରିଚୟ ବାଟଗାଁ ର ଖୁସି ରାଉତ l ଶବ ଜବତ କରି ଜି.ଆର.ପି ଥାନାରେ ଅପମୃତ୍ ମାମଲା ନ - ୩୫/୨୦୨୫ ରୁଜୁ କରାଯାଇ ଜିଆରପି ତଦନ୍ତ କରିଥିଲା l ତଦନ୍ତ ପରେ ଛାତ୍ରୀ ଜଣକ ବାଟଗାଁ ର ଖୁସି ରାଉତ ୧୯ ସେ ସରକାରୀ ମହିଳା କଲେଜ ପୁରୀ ରେ +୩ ଫାଇନାଲ ବର୍ଷ ରେ ପାଠ ପଢୁଥିଲା , ବୋଲି ଜଣାଯାଇଥିଲା l ସେ ଗତ ୨୩ତାରିଖ ରେ ସକାଳ ୯ ଘଟିକା ସମୟରେ ଘରୁ ବାହାରି କଲେଜକୁ ଯାଇଥିଲା l ପରେ ଘରକୁ ଫେରି ନଥିଲା l ଛାତ୍ରୀଙ୍କ ଭାଇ ସନ୍ଦୀପ ରାଉତ ଜି.ଆର.ପି ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଭଉଣୀଙ୍କ ମୃତ୍ୟୁ ପଛରେ କିଛି ଅସାମାଜିକ ଲୋକ ଙ୍କ ହାତ ରହିଛି l ଉକ୍ତ ଅଭିଯୋଗକୁ ଆଧାର କରି ଜିଆରପି ଥାନାରେ ମାମଲା ଦରଜ କରି ନିଜେ ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବାହିନୀପତି ଏହାର ତଦନ୍ତ ଭାର ଗ୍ରହଣ କରିଥିଲେ । ତଦନ୍ତରୁ ଜଣାପଡିଲା ଯେ ମୃତ ଛାତ୍ରୀଙ୍କୁ ଅଭିଯୁକ୍ତ ମାନେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସରୋଜ ଜେନା , ମୋହିତ କୁମାର ପାଣି ଅଶ୍ଳୀଳ ଓ ନଗ୍ନ ଫଟୋକୁ ଭାଇରାଲ କରି ଛାତ୍ରୀଙ୍କ ଚରିତ୍ର ଉପରେ ଦାଗ ଲଗାଇଥିଲେ l ଏହାକୁ ସହ୍ୟ ନକରି ଛାତ୍ରୀ ଜଣକ ମାନସିକ ନିର୍ଯାତନା ପାଇ ରେଳ ଧାରଣରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ l ତଦନ୍ତ ପରେ ୮୭/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଜଣାଯାଇଛି l

💬 Leave a Comment

🗨️ Approved Comments

No comments yet.

🔗 Share this article: