🗂 Crime | 🕒 01 Oct 2025, 14:24 IST
ପୁରୀ ବଳିଆପଣ୍ଡାରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍କୁ ପଠାଇଦିଆଯାଇଛି। ସେମାନେ ହେଲେ ଉକ୍ତ ଥାନା ଅଧୀନ ହାଉସ ପଛପାର୍ଶ୍ଵର ସୁରେନ୍ଦ୍ର ନାୟକ ଓରଫ ବାବୁନି(୩୨) ଓ ମଦନଭିଲ୍ଲା ଲେନର ସଞ୍ଜୟ ସରକାର ଓରଫ ଟେମା (୨୪)। ଏମାନଙ୍କଠାରୁ ପୁଲିସ ୩୨୬୦ ଟଙ୍କା ଓ ଖଣ୍ଡା ଜବତ କରିଛି।
ଥାନା ଅଧିକାରୀ ସଙ୍ଗୀତା ଦାଶଙ୍କ କହିବାନୁଯାୟୀ, ବଳିଆପଣ୍ଡା ଗୌଡ଼ବାଡ଼ସାହିର ଜମ୍ବେଶ୍ବର ମହାନ୍ତି ଓରଫ ହାତୀ ତାଙ୍କ ବିଧବାଶ୍ରମ ଛକ ନିକଟରେ ଲହରୀ କାର୍ଯ୍ୟାଳୟରେ ଗତ ୧୫ ତାରିଖରେ ବସିଥିବାବେଳେ ବାବୁନି ଓ ଟେମା ଜବରଦସ୍ତ କାର୍ଯ୍ୟାଳୟରେ ପ୍ରବେଶ କରି ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ହାତୀ ମହାନ୍ତିଙ୍କ
ମୁଣ୍ଡରେ ବାବୁନି ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କା ଦାଦାବଟି ଦେବାକୁ ଦାବି କରିଥିଲା । ପକେଟରୁ ୧୦ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲା। ଏନେଇ ହାତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମଙ୍ଗଳବାର ୨ ଜଣଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ହାତୀ ମହାନ୍ତିଙ୍କ ନିକଟରେ
୨ ଅଭିଯୁକ୍ତ ସହାୟକ ଭାବେ କାମ କରୁଥିଲେ। ଏବେ ସେମାନେ ହାତୀଙ୍କ ଗୋଷ୍ଠୀର ହାତ ଛାଡ଼ି ଦେଇଛନ୍ତି। ତେବେ ହାତୀଙ୍କ ଗୋଷ୍ଠୀ ଦୁଇଫାଳ ହୋଇଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି।
No comments yet.