🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଶ୍ରୀମନ୍ଦିରରେ ମଙ୍ଗଳବାର କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।‌ - NILACHALA SAMACHAR
Article Image

ଶ୍ରୀମନ୍ଦିରରେ ମଙ୍ଗଳବାର କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।‌

🗂 Art & Culture | 🕒 06 Oct 2025, 00:21 IST

ପୁରୀ ଶ୍ରୀମନ୍ଦିରରେ ମଙ୍ଗଳବାର କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।‌ ଶ୍ରୀମନ୍ଦିରର ବାର୍ଷିକ ପର୍ବ ପର୍ବାଣୀ କ୍ୟାଲେଣ୍ଡର ରେ ଏହା ଉଲ୍ଲେଖ ରହିଛି। କିନ୍ତୁ କେତେକ ପାଞ୍ଜିରେ ସୋମବାର କୁମାର ପୂର୍ଣ୍ଣିମା ପର୍ବ ପାଳନ ନେଇ ଉଲ୍ଲେଖ ଥିବାରୁ ଏହାକୁ ନେଇ ସାଧାରଣରେ ଦ୍ବନ୍ଦ ସୃଷ୍ଟି ହୋଇଛି। କୁମାରୀ ଝିଅ ମାନେ ସୋମବାର କି ମଙ୍ଗଳବାର କୁମାର ପୂର୍ଣ୍ଣିମା ପାଳନ କରିବେ ତାକୁ ନେଇ ଏବେ ନାନା ବିଭ୍ରାନ୍ତି ସୃଷ୍ଟି ହୋଇଛି। ତେବେ ଏହି ସୃଷ୍ଟି ହୋଇଥିବା ଏହି ବିଭ୍ରାନ୍ତି କୁ ଦୂର କରିଛନ୍ତି ପଞ୍ଜିକାର। ପଞ୍ଜିକାର ଙ୍କ ମତରେ ଶ୍ରୀମନ୍ଦିରରେ ଯେକୌଣସି ପର୍ବ ପାଳନ ହୁଏ ତାହା ସୂର୍ଯ୍ୟୋଦୟ ତିଥିକୁ ନେଇ ପାଳନ କରାଯାଇଥାଏ। ଏଣୁ ମଙ୍ଗଳବାର ସକାଳ ୯ ଟା ୧୭ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ଥିବାରୁ ସେହିଦିନ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ହେଲେ କୁମାରୀ ଝିଅ ମାନେ ଆସନ୍ତାକାଲି ସୋମବାର ଚାନ୍ଦ ପୂଜା ତଥା କୁମାର ପୂର୍ଣ୍ଣିମା ପର୍ବ ପାଳନ କରିବେ। ଉତ୍କଳୀୟ ପରମ୍ପରାର ବିଧି ଅନୁଯାୟୀ ଚନ୍ଦ୍ର ଉଦୟକୁ ନେଇ ପୂର୍ଣ୍ଣିମା ତିଥି ଥିଲେ ସେହିଦିନ କୁମାର ପୂର୍ଣ୍ଣିମା ପାଳନ ହୋଇଥାଏ। ସୋମବାର ଅପରାହ୍ନ ୧୨ ଟା ୨୩ ମିନିଟ ରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଥିବାରୁ ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳକୁ ପୂର୍ଣ୍ଣିମା ତିଥି ରହିଥିବାରୁ ସୋମବାର କୁମାର ପୂର୍ଣ୍ଣିମା ପର୍ବ ପାଳନ କରିବେ କୁମାରୀ ଝିଅ ମାନେ। ଏଣୁ ଏନେଇ କୌଣସି ବିଭ୍ରାନ୍ତି ହେବା ଅନୁଚିତ୍ ବୋଲି କହିଛନ୍ତି ବରିଷ୍ଠ ପଞ୍ଜିକାର ହରିଶଙ୍କର ମିଶ୍ର। 


ଆସନ୍ତା ମଙ୍ଗଳବାର ସୂର୍ଯ୍ୟୋଦୟ କୁ ନେଇ ପୂର୍ଣ୍ଣିମା ତିଥି ଥିବାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ କୁମାର ପୂର୍ଣ୍ଣିମା ନୀତି। ପରମ୍ପରା ଅନୁଯାୟୀ ସେହିଦିନ ଲକ୍ଷ୍ମୀ ନାରାୟଣଙ୍କ ଦ୍ବିତୀ କ୍ରୀଡା ସହିତ ପ୍ରଭୁ ସୁଦର୍ଶନ ଦୋଳ ବିମାନରେ ବିଜେ କରି ଚାରି ଆଶ୍ରମ ପରିକ୍ରମା କରିବେ। ତେବେ ଶ୍ରୀମନ୍ଦିରର ବିଧି, ପରମ୍ପରା ସମ୍ପୂର୍ଣ୍ଣ ଅଲଗା। ସୂର୍ଯ୍ୟୋଦୟ ସମୟରେ ଯେଉଁ ତିଥି ଥାଏ ତାକୁ ଆଧାର କରି ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଇଥାଏ।‌ ଏଣୁ କୁମାରୀ ଝିଅ ମାନେ ମଙ୍ଗଳବାର ପରିବର୍ତ୍ତେ ଆସନ୍ତାକାଲି ସୋମବାର ଚନ୍ଦ୍ର ଉଦୟ ବେଳକୁ ପୂର୍ଣ୍ଣିମା ତିଥି ଥିବାରୁ ଜହ୍ନି ଓଷା ଶେଷ କରି ଚନ୍ଦ୍ର ପୂଜା ସହିତ କୁମାର ପୂର୍ଣ୍ଣିମା ପର୍ବ ପାଳନ କରିବେ। 


 

ଚଳିତ କୁମାର ପୂର୍ଣ୍ଣିମା ପର୍ବ ପାଳନ କୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଥିବା ବେଳେ ପାଞ୍ଜିରେ ତିଥି ଅନୁଯାୟୀ ପର୍ବପର୍ବାଣୀ ପାଳନ କରିବାକୁ ପଞ୍ଜିକାର ମାନେ ମତବ୍ୟକ୍ତ କରିଛନ୍ତି। ଏହାଦ୍ବାରା ବିଭିନ୍ନ ପର୍ବପର୍ବାଣି କୁ ନେଇ ଯେଉଁ ଦ୍ବନ୍ଦ ସୃଷ୍ଟି ହୋଇଛି ତାହା ଦୂର ହୋଇପାରିବ।

💬 Leave a Comment

🗨️ Approved Comments

No comments yet.

🔗 Share this article: