ବେଆଇନ ଦେଶୀ ମଦ କାରବାର, ଜଣେ ଗିରଫ - NILACHALA SAMACHAR
Article Image

ବେଆଇନ ଦେଶୀ ମଦ କାରବାର, ଜଣେ ଗିରଫ

🗂 Crime | 🕒 08 Oct 2025, 01:11 IST


ପୁରୀ, ନବକଳେବର ରୋଡ ନୂଆସାହିରେ ବେଆଇନ ଦେଶୀ ମଦ କାରବାର ଅଭିଯୋଗରେ ତାଳବଣିଆ ଥାନା ପୁଲିସ ଜଣକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ନିକଟରୁ ୪୦ଲିଟର ଦେଶୀମଦ ଜବତ କରାଯାଇଛି l ଅଭିଯୁକ୍ତର ପରିଚୟ ନବକଳେବର ରୋଡ ନୂଆସାହିର ବାବୁଲା ଭୋଇ ୪୨ l ମଙ୍ଗଳବାର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ମଧ୍ୟାହ୍ନରେ ଅଭିଯୁକ୍ତକୁ ଗିରଫ କରି ରନ୍ଧା ଦେଶୀ ମଦ ଜବତ କରିଥିଲା l ପରେ ୨୦୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇ ମଙ୍ଗଳବାର  ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା l

💬 Leave a Comment

🗨️ Approved Comments

No comments yet.

🔗 Share this article: