🗂 Crime | 🕒 09 Oct 2025, 09:46 IST
ପୁରୀ ପାରାନୋଳିଆ ସାହିରେ ଚାଲିଥିବା ଜୁଆଆଡ୍ଡା ଉପରେ ଟାଉନ ଥାନା ପୁଲିସ ଚଢ଼ାଉ କରି ୩ଜଣକୁ ଅଟକ ରଖିଛି l ଜୁଆଆଡ୍ଡା ଚାଲିଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଅଟକ ମାନେ ହେଲେ ସମୁଦ୍ରକୂଳ ରେଣୁକା ଲେନର ଆକାଶ ପ୍ରଧାନ ୨୪, ଲୋକନ୍ନାଥ ରୋଡ ପଣ୍ଡାବାରିର ଶଙ୍କର ଦାସ ୪୨ ଓ ଶୀତଳପିଣ୍ଡା ଲେନର ନରସିଂହ ସୁଆର ୩୯ l ଗୋଟିଏ ଜୁଆ ପାଲି, ଗୋଟିଏ ମାଟି ଘଡି, ୫ଟି କ୍ୟାଣ୍ଡେଲ, ଦିଆସିଲି, ୨ଟି ମୋବାଇଲ ଓ ୧୪ହଜାର ୭୯୦ ଟଙ୍କା ଜବତ କରିଛି ପୁଲିସ l ଏନେଇ ଥାନାରେ ୫୧୭/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି l
No comments yet.