🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଫାଇନାନ୍ସ କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି - NILACHALA SAMACHAR
Article Image

ଫାଇନାନ୍ସ କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

🗂 Crime | 🕒 09 Oct 2025, 10:03 IST


ପୁରୀ ବ୍ରହ୍ମଗିରି ମରଣାନ୍ତକ ଆକ୍ରମଣ କଲେ ଫାଇନାନ୍ସ କର୍ମଚାରୀ । ଆକ୍ରମଣରେ ମାମୁ ଏବଂ ଭଣଜା ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଫାଇନାନ୍ସ କର୍ମଚାରୀ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗୋଲରା ଅଞ୍ଚଳର ଅଜୀବ ଜେନା ତାଙ୍କ ଭଣଜାଙ୍କ ସହିତ ଏକ ସ୍କୁଟିରେ ନିଜ ପୁଅକୁ ଡାକ୍ତରଖାନା ନେଇକି ଯାଉଥିଲେ । ହାତିଆ ଛକ ନିକଟରେ ଫାଇନାନ୍ସ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ଗାଡି କିସ୍ତି ଖିଲାପ ଥିବା କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଲୋକମାନେ ଆସିଯିବାରୁ ସେଠାରୁ ଅଜୀବ ଡାକ୍ତରଖାନା ପଳାଇ ଯାଇଥିଲେ । କିନ୍ତୁ ଫାଇନାନ୍ସ କର୍ମଚାରୀ ଜଣଙ୍କ ତାଙ୍କ ପିଛା ଛାଡି ନଥିଲେ । କେରାଣ୍ଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗେଟ୍ ନିକଟରେ ପହଞ୍ଚି ପୁଣି ପାଟିତୁଣ୍ଡ କରିଥିଲେ । ଫାଇନାନ୍ସ କର୍ମଚାରୀ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ମାମୁ ଅଜୀବ ଜେନାଙ୍କ ଜଙ୍ଘ, ମୁଣ୍ଡ ଏବଂ ଭଣଜା ପୂର୍ଣ୍ଣ ଜେନାଙ୍କ ପେଟରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ପ୍ରଥମେ କେରାଣ୍ଡିଆ ଡାକ୍ତରଖାନାରେ ଚିକିତ୍ସା କରାଇ ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥରେ ପହଞ୍ଚି ସ୍କୁଟି ଏବଂ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍‌କୁ ଜବତ କରିଛି । ଘଟଣାସ୍ଥଳରୁ ଫାଇନାନ୍ସ କର୍ମଚାରୀ ଚମ୍ପଟ ମାରିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

💬 Leave a Comment

🗨️ Approved Comments

No comments yet.

🔗 Share this article: