🔴 Breaking News ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ୍ ଇଣ୍ଡିଆ    
ଔଷଧ ଖାଇବା ପରେ ବଢ଼ିଲା ରୋଗୀଙ୍କ ଯନ୍ତ୍ରଣା ! - NILACHALA SAMACHAR
Article Image

ଔଷଧ ଖାଇବା ପରେ ବଢ଼ିଲା ରୋଗୀଙ୍କ ଯନ୍ତ୍ରଣା !

🗂 Health | 🕒 09 Oct 2025, 17:30 IST



ପୁରୀ ଜିଲାମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରୋଗୀଙ୍କୁ ଯନ୍ତ୍ରଣା ହେବାରେ ଜଣେ ଡାକ୍ତର ଲେଖୁଥିବା ଔଷଧକୁ ଅନ୍ୟ ଜଣେ ଡାକ୍ତର ସେବନ କରିବାକୁ ମନା କରିଥିବା ଖୋଦ ରୋଗୀ ସୂଚନା ଦେଇଛନ୍ତି । ଯାହାକୁ ନେଇ ରୋଗୀଙ୍କ ମନରେ ପ୍ରଥମ ଡାକ୍ତର ଜଣକ ଭୁଲ ଔଷଧ ଦେଇଥ‌ିବା ସନ୍ଦେହ ପ୍ରକାଶ କରିଛନ୍ତି । ସୂଚନା ମୁତାବକ, ବ୍ରହ୍ମଗିରି ଥାନା ଧରଣୀକୁଦୀ ଗ୍ରାମର କାଳୁଚରଣ ଜେନା(୪୦) ମଙ୍ଗଳବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ପରୀକ୍ଷା କରିବା ପରେ ତାଙ୍କର ଛାତି ରୋଗ ଅଛି, ଲେଖୁଥ‌ିବା ଔଷଧ ବାହାରୁ କିଣି ନେବା ପାଇଁ ଡାକ୍ତର କହିଥିଲେ। କାଳୁଚରଣ ବାହାରୁ ପ୍ରାୟ ୧୨ଶହ ଟଙ୍କାର ଔଷଧ ନେଇ ଘରକୁ ଫେରି

ବୁଧବାର ସକାଳେ ଔଷଧ ଖାଇବା ପରେ ତାଙ୍କ ଛାତି ଯନ୍ତ୍ରଣା ବଢ଼ିଥିଲା। ଫଳରେ ବୁଧବାର ସନ୍ଧ୍ୟା ୫ଟା ବେଳେ ପରିବାର ଲୋକେ ତାଙ୍କୁ ପ୍ରଥମେ ରେବେଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୨ଟି ଇଂଜେକସନ ଦେଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ କାଳୁଚରଣଙ୍କୁ ସ୍ଥାନାନ୍ତର କରିଥିଲେ। ଏଠାରେ ଡାକ୍ତରଙ୍କୁ ଦେଖାଇବା ପରେ କାର୍ଯ୍ୟରତ ଡାକ୍ତର ମଙ୍ଗଳବାର ଡାକ୍ତର ଦେଇଥିବା ଔଷଧକୁ ଖାଇବା ପାଇଁ ମନା କରି ଦେଇଥିଲେ। ଫଳରେ କାଳୁଚରଣଙ୍କୁ ପ୍ରଥମ ଡାକ୍ତର ଭୁଲ ଔଷଧ ଦେଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ବର୍ତମାନ କାଳୁଚରଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥ‌ିବା ବେଳେ ଗୁରୁବାର ଏନେଇ ଜିଲା ମଖ୍ୟ ଚିକିତ୍ସାକାରୀଙ୍କୁ ଅବଗତ କରିବେ ବୋଲି ସେ ସୂଚନା ଦେଇଛନ୍ତି।

💬 Leave a Comment

🗨️ Approved Comments

No comments yet.

🔗 Share this article: